Below header

ଆଜି ରଜ ପୁଣି ବୁଧବାର, ପାଗର ମଜା ନିଅନ୍ତୁ ଡିନରରେ ପ୍ରସ୍ତୁତ କରନ୍ତୁ ସ୍ପେଶାଲ ମଟନ୍‌ କରୀ

ଆଜି ବଡ ରଜ। ଆଉ ବୁଧବାର ବି ଅଛି, ପାଗ ଭଲ ବି ଅଛି। ତେଣୁ ଆପଣ ଆଜି ମଟନ କରନ୍ତୁ ତାହା ପୁଣି ଏକଦମ୍‌ ଷ୍ଟେଶାଲ ଷ୍ଟାଇଲରେ। ଜମ୍ମୁ-କାଶ୍ମୀର ସ୍ପେଶାଲ ଖଟ୍ଟା ମିଟ୍‌ ବନାନ୍ତୁ। ଥରେ ଯଦି ଖାଇବେ ଏହାର ସ୍ୱାଦ କେବେବି ଭୁଲି ପାରିବେନାହିଁ। ଏହାକୁ ଆପଣ ଡିନରରେ ରୋଟି କିମ୍ବା ପରଟା ସହିତ ଖାଇ ମଜା ନେଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୩୦୦ ଗ୍ରାମ ମଟନ
  • ୨ ଚାମଚ ସୋରିଷ ତେଲ
  • ଅଧା ଇଞ୍ଚ ଡାଲଚିନି
  • ଦେଢ଼ ଚାମଚ ଜୀରା
  • ଦୁଇଟି ଲବଙ୍ଗ
  • ୨ଟି କଳା ଅଳେଇଚ
  • ୩ରୁ୪ଟି ପିଆଜ
  • ୩ ଚାମଚ ରସୁଣ ପେଷ୍ଟ
  • ୨ ଅଦା
  • ଦୁଇ ଚାମଚ କସ୍ତୁରୀ ମେଥି
  • ଦେଢ଼ ଚାମଚ ହଳଦି
  • ଲୁଣ ସ୍ୱାଦାନୁସାରେ
  • ୧ ଚାମଚ କାଶ୍ମିରୀ ଲଙ୍କା
  • ଗୋଟେ ସୁଖିଲା ଲଙ୍କା
  • ୩ କପ୍‌ ପାଣି
  • ଅଢ଼େଇ ଚାମଚ ଆମଚୁର ପାଉଡର
  • ୩ଟି କଞ୍ଚା ଲଙ୍କା
  • ଧନିଆ ପତ୍ର
  • ଦେଢ଼ ଚାମଚ ପାନମଧୁରୀ

ପ୍ରସ୍ତୁତି ପ୍ରଣାଳୀ

  • ଏକ ପ୍ୟାନରେ ସୋରିଷ ତେଲ ପକାଇ ଗରମ କରିନିଅନ୍ତୁ।
  • ଏହାପରେ ଏଥିରେ ଡାଲଚିନି, ଜିରା, ଲବଙ୍ଗ, କଳା ଅଳେଇଚ ଏବଂ ପିଆଜ ପକାନ୍ତୁ। ଏହାପରେ ଅଦା ଏବଂ ରସୁଣ ପେଷ୍ଟ ପକାଇ ଫ୍ରାଏ କରନ୍ତୁ।
  • ଏହାଛଡା ଏଥିରେ କସ୍ତୁରୀ ମେଥି, ହଳଦି, ଲୁଣ, କାଶ୍ମିରୀ ଲାଲ ଲଙ୍କା ପକାନ୍ତୁ। ଏବେ ଏଥିରେ ପାଣି ପକାଇ ଫୁଟାନ୍ତୁ।
  • ଏବେ ଏଥିରେ ମଟନ୍‌ ପକାନ୍ତୁ ଏବଂ ୧୦ ମିନିଟ୍‌ ପାଇଁ ପୁଣିଥରେ ଫ୍ରାଏ କରନ୍ତୁ। ଏବେ ଏଥିରେ ଦୁଇ କପ୍‌ ପାଣି ପକାନ୍ତୁ।
  • ମଧ୍ୟମ ଆଞ୍ଚରେ ପ୍ୟାନକୁ ଘୋଡାଇ ଦିଅନ୍ତୁ। ଏହାକୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  • ଯେତେବେଳେ ମଟନ୍‌ ଭଲଭାବେ କଷି ହୋଇଯିବ ସେଥିରେ ଆମଚୁର ପାଉଡର, କଞ୍ଚା ଲଙ୍କା ଏବଂ ପାନମଧୁରୀ ପକାଇ ମିକ୍ସ କରନ୍ତୁ।
  • ଗାର୍ନିସିଙ୍ଗ ପାଇଁ ଧନିଆ ପତ୍ର ପକାନ୍ତୁ ଏବଂ ରୋଟି ସହିତ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.