ଗଙ୍ଗା ନଦୀରେ ଭାସୁଥିବା କାଠବାକ୍ସରୁ ମିଳିଲା ୨୨ ଦିନର ନବଜାତ କନ୍ୟା, ଭିତରେ ଥିଲା ମା’ ଦୁର୍ଗାଙ୍କ ଫଟୋ

ଉତ୍ତର ପ୍ରଦେଶର ଗାଜିପୁର ଜିଲ୍ଲାରେ ବୁଧବାର ଗଙ୍ଗା ନଦୀରେ ଭାସୁଥିବା ଏକ କାଠବାକ୍ସରୁ ୨୨ ଦିନର ଏକ ଜୀବିତ ନବଜାତ କନ୍ୟାକୁ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି କି, ରାଜ୍ୟ ସରକାର ଉଦ୍ଧାର ନବଜାତ କନ୍ୟାର ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ ଏବଂ ତା’ର ଉଚିତ ଲାଳନପାଳନ ସୁନିଶ୍ଚିତ କରିବେ।

ରିପୋର୍ଟ ମୁତାବକ, ଦାଦରୀ ଘାଟ ପାଖରେ ଜଣେ ନାବିକ ଶିଶୁ କାନ୍ଦିବାର ଶବ୍ଦ ଶୁଣିବାକୁ ପାଇଥିଲେ। ପାଖକୁ ଯିବାରୁ ସେ ଏକ ବାକ୍ସ ଦେଖିବାକୁ ପାଇଲେ। ଯେତେବେଳେ ସେ ବାକ୍ସ ଖୋଲିଥିଲେ, ତ ଭିତରେ ଏକ ଶିଶୁ କନ୍ୟା ଦେଖାଯାଇଥିଲା। ବାକ୍ସ ଭିତରେ ହିନ୍ଦୁ ଦେବଦେବୀଙ୍କ ଫଟୋ ଏବଂ ଶିଶୁର ଜାତକ ରଖାଯାଇଥିଲା। ଶିଶୁଟିକୁ ଓଢଣୀରେ ଢାଙ୍କି ଦିଆଯାଇଥିଲା।

ପରେ ଏ ନେଇ ପୋଲିସକୁ ସୂଚନା ଦିଆଯାଇଥିଲା। ଏହାପରେ ଯାଞ୍ଚ ପାଇଁ ନବଜାତ କନ୍ୟାକୁ ଆଶା ଜ୍ୟୋତି କେନ୍ଦ୍ର ଏବଂ ପରେ ଏକ ହସ୍ପିଟାଲ ନିଆଯାଇଥିଲା। ଗଙ୍ଗା ନଦୀରୁ ମିଳି ଥିବାରୁ କନ୍ୟାର ନାଁ ଗଙ୍ଗା ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.