Below header

ବାହାଘର ପାଇଁ ଶାଢ଼ି କିଣିବାକୁ ଡାକି ନେଇ ଭାବି ପତ୍ନୀଙ୍କୁ ହତ୍ୟା, କାରଣ ଥିଲା କେବଳ ଏତିକି

ବାହାଘର ପାଇଁ ଶାଢ଼ି କିଣିବାକୁ ଡାକି ନେଇ ଭାବି ପତ୍ନୀଙ୍କୁ ହତ୍ୟା। ଏଭଳି ସାଂଘାତିକ କାଣ୍ଡ ଭିଆଇଛି ପ୍ରେମିକ। ପରିବାର ଲୋକଙ୍କ ସହମତିରେ ଆଉ ମାତ୍ର ୫ ଦିନ ପରେ ହୋଇଥାନ୍ତା ବାହାଘର। କିନ୍ତୁ ଏବେ କନ୍ୟାକୁ ବୀଭତ୍ସ ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁରାଦାବାଦଠାରେ।

ପୋଲିସର ସୂଚନା ମୁତାବକ, ଅଭିଯୁକ୍ତ ନୀତିନ ଓ ଟିନା ପରସ୍ପରକୁ ଭଲ ପାଉଥିଲେ ଓ ପରିବାର ଲୋକଙ୍କ ସହମତିରେ ବିବାହ କରିବାକୁ ଯାଉଥିଲେ। ଆଉ ୫ ଦିନ ପରେ ସେମାନଙ୍କ ବିବାହ ହୋଇଥାନ୍ତା। କିନ୍ତୁ ଜୁନ ୧୪ ତାରିଖରେ ନୀତିନ ଟିନା ଘରକୁ ଯାଇ ବାହାଘର ପାଇଁ କିଛି ଲୁଗାପଟା କିଣିବାକୁ ଡାକିଥିଲା। ଟିନାର ପରିବାର ଲୋକ ମଧ୍ୟ ବିନା ପ୍ରଶ୍ନରେ ଟିନାକୁ ଛାଡ଼ିଦେଇଥିଲେ।

କିନ୍ତୁ ନୀତିନ ଟିନାକୁ ମାର୍କେଟ ନ ନେଇ ଏକ ଜଙ୍ଗଲକୁ ନେଇ ସେଠାରେ ତାକୁ ତଣ୍ଟି ଚିପି ହତ୍ୟା କରିଥିଲା ଓ ମୃତଦେହକୁ ସେଠାରେ ହିଁ ଫିଙ୍ଗି ଦେଇ ଚାଲି ଆସିଥିଲା। ଝିଅ ନ ଫେରିବାରୁ ପରିବାର ଲୋକେ ନୀତିନକୁ ଏନେଇ ପଚାରିଥିଲେ। କିନ୍ତୁ ତା’ ଉତ୍ତର ସନ୍ତୋଷଜନକ ନ ଲାଗିବାରୁ ପୋଲିସକୁ ଖବର ଦେଇଥିଲେ। ପରେ ଜଙ୍ଗଲରୁ ମୃତ ଦେହ ମିଳିଥିଲା।

ଅନ୍ୟପଟେ ନୀତିନ ବାହା ହେବାକୁ ରାଜି ନଥିଲା। ବାଧ୍ୟବାଧକତାରେ ସେ ଏହି ବିବାହ କରିଥାନ୍ତା। ଏଣୁ ସେ ଟିନାକୁ ହତ୍ୟା କରିଥିବା ସ୍ୱୀକାର କରିଛି। ତେବେ ଯଦି ବାହା ହେବାର ନଥିଲା ବାହାଘର ଭାଙ୍ଗିଦେଇଥାନ୍ତା, ମାରିଲା କାହିଁକି ବୋଲି ଟିନାର ପରିବାର ଲୋକେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.