ଆର୍ଯ୍ୟନ ଖାନଙ୍କୁ ଏନସିବି ପକ୍ଷରୁ ସମନ ଜାରି, ଅସୁସ୍ଥ ଥିବାରୁ ପହଞ୍ଚି ପାରିଲେନି

ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏନସିବି ପକ୍ଷରୁ ସମନ ଜାରିହୋଇଛି । ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋର ସ୍ୱତନ୍ତ୍ର ତଦନ୍ତକାରୀ ଦଳ କରିଛି ସମନ । କ୍ରୁଜ ଡ୍ରଗ୍‌ସ ଲିଙ୍କ ମାମଲାରେ ପଚରାଉଚରା କରିବାକୁ ସମନ କରାଯାଇଥିବା ଜଣାପଡ଼ିଛି । ଏହାସହ ଅର୍ବାଜ ମର୍ଚ୍ଚାଣ୍ଟ ଓ ଅଚିତ କୁମାରଙ୍କୁ ମଧ୍ୟ ସମନ ଜାରି ହୋଇଛି । ଉଭୟ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି । ତେବେ ଆଜି ହାଜର ହୋଇନାହାନ୍ତି ଆର୍ଯ୍ୟନ ଖାନ୍‌ । ସାମାନ୍ୟ ଜ୍ୱର ହେଉଥିବାରୁ ସେ ଆସିନାହାନ୍ତି ବୋଲି ଏନସିବି ଅଧିକାରୀ ସୂଚନା ଦେଇଛନ୍ତି ।

ଗୋଟେ ପଟରେ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିସାରିଥିବା ବେଳେ ତାଙ୍କୁ ପଚରାଉଚୁରା ଜାରିହୋଇଛି । ଆଜି ଏନସିବି ଟିମ ତାଙ୍କୁ ପଚରାଉଚୁରା ପାଇଁ ଡାକିଥିଲେ । ଆର୍ଯ୍ୟନଙ୍କ ତଦନ୍ତ ଦାୟିତ୍ୱରେ ନୂଆ ନିଯୁକ୍ତ ହୋଇଥିବା ଓଡିଶା କ୍ୟାଡର ଆଇପିଏସ ଅଫିସର ସଞ୍ଜୟ ସିଂହ ତାଙ୍କୁ ପଚରାଉଚୁରା ପାଇଁ ଡ଼ାକିଥିବା ଜଣାଯାଇଛି । କିନ୍ତୁ ଏନସିବି ପକ୍ଷରୁ ସମନ ଜାରି ହୋଇଥିବା ବେଳେ ଆର୍ଯ୍ୟନ କିନ୍ତୁ ପହଂଚି ନଥିଲେ । ଜଣାଯାଇଛିଯେ ଉଭୟ ଆର୍ଯ୍ୟନ ଖାନ ଓ ନବାବ ମଲ୍ଲିକଙ୍କ ପୁଅ ସମୀର ଖାନଙ୍କୁ ଏନସିବି ପକ୍ଷରୁ ଡ଼କାଯାଇଥିଲା । କେଶ ସହିତ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯିବ । ଏହା ମଧ୍ୟ କୁହାଯାଇଛିକି ଆସନ୍ତା ସପ୍ତାହରୁ ପଚରାଉଚୁରା କରାଯିବା ସହ ତଦନ୍ତ ଜୋରସୋର ଭାବରେ ଚାଲିବ ବୋଲି ଜଣାଯାଉଛି ।

କହିରଖିବା ଉଚିତ ହେବକି କିଛି ଦିନ ତଳେ ସଞ୍ଜୟ ସିଂହଙ୍କୁ ଆର୍ଯ୍ୟନ ଖାନଙ୍କ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଯେବେକି ପୂର୍ବରୁ ଏହି ଚାର୍ଜରେ ଏନସିବିର ମୁମ୍ବାଇ ଜୋନର ଡ଼ାଇରେକ୍ଟର ସମୀର ୱାଙ୍ଗଡ଼େ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.