ଲୋକଙ୍କ ସହ ନିରନ୍ତର ସଂପର୍କରେ ରୁହ: ଦଳୀୟ ନେତାଙ୍କୁ ବିଜୟର ମନ୍ତ୍ର ଦେଲେ ମୋଦି

କେନ୍ୟୁଜ୍(ବ୍ୟୁରୋ):୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ୧୨୪ ଜଣ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ୩୪୨ ନେତାଙ୍କୁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମାଜ ପାଇଁ ଦଳ ଯାହା କରିଛି ଆଗାମୀ ବିଧାନସଭା ନିର୍ବାଚନରେ ତାର ପ୍ରତିଫଳନ ହେବ ବୋଲି କହିଥିଲେ ମୋଦି । ଲୋକଙ୍କ ସହ ନିରନ୍ତର ସଂପର୍କରେ ରହିବାକୁ ନେତାଙ୍କୁ ପରାମର୍ଶ ଦେଇଥିଲେ। ବିଜେପି ପରିବାର କୈନ୍ଦ୍ରିକ ନୁହେଁ । ସେବା, ସଂକଳ୍ପ ଓ ସମର୍ପଣ ଉପରେ ଉପରେ ଆଧାରିତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

narendra modi 2

ମହାମାରୀ ସମୟରେ ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଏବଂ କେନ୍ଦ୍ର ସରକାରଙ୍କ ୭ ବର୍ଷରେ ଉପଲବ୍‌ଧି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। ଏହାର ଫଟୋଚିତ୍ର ପ୍ରଦର୍ଶନୀ ବି ହୋଇଥିଲା । ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ । ବିଜେପିର ସର୍ବୋତ୍ତମ ଆଗକୁ ଅଛି ବୋଲି କହିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ମହାମାରୀ ସମୟରେ ମାନବ ଇତିହାସରେ ସବୁଠୁ ବଡ଼ ଖାଦ୍ୟ କାର୍ଯ୍ୟକ୍ରମ ଭାରତରେ ହୋଇଛି। ମୋଦିଙ୍କ ନେତୃତ୍ୱରେ ପୁଣି ଟ୍ରାକ୍‌କୁ ଫେରୁଛି ଅର୍ଥନୀତି । ବିରୋଧୀଙ୍କୁ ଟାର୍ଗେଟ୍‌ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଶ୍ୱ ଦରବାରରେ ପ୍ରଶଂସିତ ହେଉଥିବା ଭାରତର ଛବିକୁ ମଳିନ କରିବାକୁ ବିରୋଧୀ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ ଅର୍ଥମନ୍ତ୍ରୀ ।

କୋଭିଡ୍‌ ପ୍ରୋଟୋକଲ୍‌କୁ ଦୃଷ୍ଟିରେ ରଖି ସବୁ ରାଜ୍ୟର ଦଳୀୟ ସଭାପତି, ସଂପାଦକ ଓ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ। ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.