Below header

‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ଦେଖିବା ପାଇଁ କର୍ମଚାରୀଙ୍କୁ ଛୁଟି ଦେଲେ ସରକାର

ବର୍ତ୍ତମାନ ଗଙ୍ଗୁବାଇ ଠାରୁ ଭଲ ରିଭ୍ୟୁ ମିଳୁଛି ‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ। ସେଥିପାଇଁ ତ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କେବଳ ଏହି ଫିଲ୍ମ ଦେଖିବା ପାଇଁ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ଦେଖିବାକୁ ରାଜ୍ୟର ସମସ୍ତ ସରକରୀ ଚାକିରିଆମାନଙ୍କୁ ହାଫ୍‌ ଡେ ଛୁଟି ମିଳିବ ବୋଲି ଟ୍ବିଟ୍‌ ମାଧ୍ୟମରେ ସେ ସୂଚନା ଦେଇଛନ୍ତି। ଛୁଟି ନେଇ ଫିଲ୍ମ ଦେଖିବାକୁ ହେବ ଓ ସେହି ଫିଲ୍ମର ଟିକେଟ ଅଫିସ୍‌ରେ ଦେଖାଇବାକୁ ହେବ।

 

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏକ ସ୍ଥାନୀୟ ଥିଏଟର୍‌‌ରେ ତାଙ୍କର କ୍ୟାବିନେଟ୍‌ ସହଯୋଗୀ ଓ ଦଳୀୟ ସଦସ୍ୟଙ୍କ ସହ ଫିଲ୍ମଟିକୁ ଦେଖିବା ପରେ ଏହି ଘୋଷଣା କରିଛନ୍ତି। ଫିଲ୍ମଟି ମାର୍ଚ୍ଚ ୧ ତାରିଖରୁ ରିଲିଜ ହେବା ପରଠାରୁ ହିଁ ଚର୍ଚ୍ଚାରେ ଅଛି।

୧୯୯୦ ଦଶକରେ କଶ୍ମୀର ହିନ୍ଦୁମାନଙ୍କର ସ୍ଥାନାନ୍ତରଣ କିପରି ହୋଇଥିଲା ତାହା ଦେଖିବା ପାଇଁ ସମସ୍ତ ରାଜନେତା ଓ ସାଧାରଣ ଜନତା ଏହି ଫିଲ୍ମ ଦେଖିବା ନିହାତି ଦରକାର ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା କହିଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗତ କାଲି ହିଁ ଘୋଷଣା କରି ଏହି ଫିଲ୍ମ ଦେଖିବାକୁ କହିଛନ୍ତି। ସେ କହିଛନ୍ତି ଯେ ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ଦେଖିବାକୁ ଚାହୁଁଥିବା ସମସ୍ତ ସରକାରୀ କର୍ମଚାରୀ ଅର୍ଦ୍ଧ ଛୁଟି ନେଇପାରିବେ। ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ୧୯୯୦ ମସିହାର କାଶ୍ମୀର ବିଦ୍ରୋହ ସମୟରେ କାଶ୍ମୀର ପଣ୍ଡିତ ସମ୍ପ୍ରଦାୟର କାହାଣୀକୁ ଦର୍ଶକଙ୍କ ସମ୍ନାକୁ ଆଣିଛନ୍ତି, ଯାହାକି ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ସଫଳ ହୋଇଛି।

ତେବେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏବଂ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ଗୁଆହାଟୀର ଏକ ସିନେମା ହଲକୁ ଗତ ମଙ୍ଗଳବାର ସନ୍ଧ୍ୟା ୬ ଟା ସମୟରେ ସ୍ଲଟ୍ ଟାଇମିଂରେ ‘ଦ କାଶ୍ମୀର ଫାଇଲ୍ସ’ ଦେଖିବାକୁ ଯାଇଥିଲେ। ଫିଲ୍ମ ଦେଖିସାରିବା ପରେ ହିଁ ସିଏମ୍ ସମସ୍ତଙ୍କୁ ଏହି ଫିଲ୍ମ ନିଶ୍ଚୟ ଦେଖିବା ପାଇଁ କରିଛନ୍ତି।

ଖାଲି ସେତିକି ନୁହେଁ ଫିଲ୍ମ ଦେଖିବା ପରେ ସେ ଫିଲ୍ମ ନିର୍ମାତା ଏବଂ ପୁରା କାଷ୍ଟକୁ ପ୍ରଶଂସା କରିଥିଲେ । ଏହା ପରେ ସିଏମ୍ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଅଧା ଛୁଟି ଘୋଷଣା କରିଥିଲେ। ଛୁଟିଦିନ ପାଇଁ କର୍ମଚାରୀମାନେ କେବଳ ସେମାନଙ୍କ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇପାରିବେ ଏବଂ ସିଏମଙ୍କ ଦ୍ୱାରା ଘୋଷଣା ହୋଇଥିବା ସୂଚନା ଅନୁଯାୟୀ ପରଦିନ ସେମାନଙ୍କର ଟିକେଟ୍ ଅଫିସରେ ଦାଖଲ ହେବ। କେବଳ ଆସାମ ମୁଖ୍ୟମନ୍ତ୍ରୀ ନୁହେଁ ଫିଲ୍ମ ଦୁନିଆର ଅନେକ ବଡ଼ ବଡ଼ ଅଭିନେତ୍ରୀ ଓ ନିର୍ଦ୍ଦେଶକ ମଧ୍ୟ ଏହି ଫିଲ୍ମକୁ ପ୍ରଶଂସା କରିଛନ୍ତି।କେବଳ ପାଞ୍ଚ ଦିନରେ ହିଁ ଫିଲ୍ମ ୬୭.୩୫ କୋଟି ବଜେଟ୍ କରିସାରିଛି। ଏହି ଫିଲ୍ମକୁ ଯିଏ ବି ଦେଖିଛନ୍ତି ଫିଲ୍ମ ସହିତ ଯୋଡ଼ି ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.