୪୩ ବର୍ଷ ବୟସରେ କନିକା କପୁର ସାଜିବେ କନିଆ, NRI ଙ୍କ ସହିତ ପଡିବ ହାତଗଣ୍ଠି

ନିଜର ଦମଦାର ଗୀତ ଯୋଗୁଁ ଫ୍ୟାନ୍ସଙ୍କ ହୃଦୟରେ ରାଜ କରନ୍ତି କନିକା କପୁର। ଏବେ ଆଉ କାହା ହୃଦୟରେ ରାଜ୍‌ କରିବାକୁ ଯାଉଛନ୍ତି। ବଲିଉଡ ଗାୟିକା କନିକା କପୁର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୪୩ ବର୍ଷ ବୟସରେ କନିକାଙ୍କ କନିଆ ସାଜିବାକୁ ସଜେଇ ହେଉଛନ୍ତି କନିକା। ମଇ ମାସରେ ଜଣେ ଏନଆରଆଇଙ୍କ ହାତ ଧରିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଗତ କିଛି ଦିନ ହେବ କନିକା କପୁର ଏବଂ ତାଙ୍କ ଭାବି ସ୍ୱାମୀ ବିଷୟରେ ଆଲୋଚନା ଚାଲିଛି। ରିପୋର୍ଟ ଅନୁଯାୟୀ, ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଥିଲେ । କନିକା କପୁରଙ୍କ ଭାବି ସ୍ୱାମୀଙ୍କ ନାମ ଗୌତମ ବୋଲି କୁହାଯାଉଛି । ଉଭୟ କନିକା କପୁର ଏବଂ ଗୌତମ ଚଳିତ ବର୍ଷ ମେ ମାସରେ ସେମାନଙ୍କର ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି।

ଗୌତମ ଲଣ୍ଡନର ବାସିନ୍ଦା, ଯେଉଁଥିପାଇଁ ତାଙ୍କ ବିବାହର ସମସ୍ତ କାର୍ଯ୍ୟ କେବଳ ଲଣ୍ଡନରେ ହେବ ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ ଗତ କିଛି ମାସ ହେବ ଦୁହେଁ ନିଜ ବିବାହ ଯୋଜନା କରୁଛନ୍ତି। ତେବେ ଏପର୍ଯ୍ୟନ୍ତ କାନିକା ଏ ସମ୍ପର୍କରେ କୌଣସି ଅଫିସିଆଲ୍ ଘୋଷଣା କରି ନାହାଁନ୍ତି।

କନିକାଙ୍କର ଏହା ଦ୍ୱିତୀୟ ବିବାହ ହେବ । ଏହାପୂର୍ବରୁ ସେ ଏନଆରଆଇ ବ୍ୟବସାୟୀ ରାଜ ଚାନ୍ଦୁକଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟ ୨୦୧୨ରେ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କର ମଧ୍ୟ ତିନୋଟି ସନ୍ତାନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.