Below header

ସୋନୀ ରାଜଦାନଙ୍କ ସହ ଦୁଷ୍କର୍ମ ଉଦ୍ୟମ , ଆଲିଆ ଭଟ୍ଟ ମା’ଙ୍କ ବଡ଼ ଖୁଲାସା

#MeToo ମୁଭମେଂଟ୍ ମାଧ୍ୟମରେ ମୁହଁ ଖୋଲିଛନ୍ତି ଅନେକ ମହିଳା । ନିଜ ସହ ହୋଇଥିବା ଶୋଷଣ ନେଇ ଖୁଲାସା କରିଛନ୍ତି ଅନେକ ସେଲିବ୍ରିଟି। ଅନେକ ବଡ ବଡ ନାଁ ଆସିଛି ଏହି ଅଭିଯୋଗରେ । ଆଉ ଯାହାର ପରିଣାମ ମଧ୍ୟ ଭୋଗୁଛନ୍ତି । ଯେମିତି ଇଣ୍ଡିଆନ୍ ଆଇଡଲରୁ ତଡା ଖାଇଛନ୍ତି ସିଙ୍ଗର୍ ଅନୁ ମଲିକ୍ । ଏବେ ପୁଣି ଜଣେ ସେଲିବ୍ରିଟି ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସେ ଆଉ କେହି ନୁହଁନ୍ତି ଆଲିଆ ଭଟ୍ଟଙ୍କ ମା’ ତଥା ମହେଶ ଭଟଙ୍କ ପତ୍ନୀ ସୋନୀ ରାଜଦାନ୍ ।

ସୋନୀଙ୍କ କହିବା ଅନୁଯାୟୀ ସୁଟିଂ ସେଟରେ ସେ ଯୌନ ନିର‌୍ୟାତନାର ଶିକାର ହୋଇଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ଷ୍ଟ୍ରଗଲ୍ ସମୟରେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇନଥିଲେ ବରଂ ଏକ ଫିଲ୍ମର ସୁଟିଂ ସମୟରେ ହୋଇଥିଲା । ସୋନୀଙ୍କ କହିବା ଅନୁଯାୟୀ ସୁଟିଂ ସମୟରେ ଜଣେ ବ୍ୟକ୍ତି ତାଙ୍କର ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେ ଏଥିରେ ସଫଳ ହୋଇପାରିଲାନି । ହେଲେ ସେହି ସମୟରେ ଚୁପ୍ ରହିଥିଲେ ସୋନୀ କାରଣ ସେ ବ୍ୟକ୍ତିର ଘର ଲୋକଙ୍କୁ ଜାଣିନଥିଲେ । ଏହା ସହ ଯଦି ସୋନୀ ମୁହଁ ଖୋଲିଥାନ୍ତେ ତେବେ ଏହାର ଫଳ ତାର ପିଲା ଏବଂ ପରିବାରଙ୍କୁ ଭୋଗିବାକୁ ପଡିଥାନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.