ହରାଇପାରିନଥିଲା କ୍ଯାନ୍ସର, କୋହକୁ ଲୁଚାଇ ଦୀର୍ଘ ୧୧ ବର୍ଷ କରିଥିଲେ ଦର୍ଶକଙ୍କ ମନୋରଞ୍ଜନ
ପରିଶେଷରେ WWEରୁ ବିଦାୟ ନେଲେ World Heavyweight Champion ରୋମାନରେଞ୍ଜ

ମୁମ୍ବାଇ : ଯଦି ଆପଣ ମଧ୍ୟ WWE ଫ୍ୟାନ୍, ତେବେ ଆପଣଙ୍କ ପାଇଁ ଏକ ଦୁଃଖ ଖବର । World Heavyweight Champion ରୋମାନ ରେଞ୍ଜ ଦୀର୍ଘ ୧୧ ବର୍ଷ ହେବ କ୍ୟାନସରରେ ପୀଡିତ ଥିବାର ନିକଟରେ ଘୋଷଣା କରିବା ସହ WWE ରିଙ୍ଗକୁ ସାମୟିକ ଭାବେ ଅଲବିଦା କହିଛନ୍ତି । ରେଞ୍ଜ ତାଙ୍କ ବିଦାୟକାଳୀନ ବାର୍ତ୍ତାରେ ଘୋଷଣା କହିଛନ୍ତି ଯେ, ସେ ବିଗତ ୧୧ ବର୍ଷ ହେବ ଲିୟୁକିମିୟୋ ରୋଗରେ ପୀଡ଼ିତ ଅଛନ୍ତି । କିନ୍ତୁ ସେ ଯେ ଦିନେ ଭଲ ହୋଇ ପୁଣି ଥରେ ରିଙ୍ଗକୁ ପ୍ରତ୍ଯାବର୍ତ୍ତନ କରିବେ ତାଙ୍କର ଆଶା ରହିଛି।
କଣ ରହିଛି ଲିୟୁକିମିୟୋକୁ ରୋଗ
ଲିୟୁକିମିୟୋ ରୋଗ ଏକ ପ୍ରକାରର ରକ୍ତ କର୍କଟ। ରୋମାନ ୨୦୦୮ ମସିହାରୁ ଏହି କ୍ଯାନ୍ସର ରୋଗରେ ପୀଡ଼ିତ ଅଛନ୍ତି । ଏଥିପାଇଁ ସେ ନିକଟରେ କିଛି ଦିନ ହେବ WWE ମ୍ୟାଚ ରିଙ୍ଗକୁ ଯାଇନଥିଲେ। ଏନେଇ ପ୍ରଶଂସକଙ୍କ ମାନଙ୍କ ମନରେ ଅନେକ ପ୍ରକାରର ଭାବନା ଆସୁଥିଲା। ଖାଲି ତାହା ନୁହଁ ରୋମାନ ଏହି ରୋଗରେ ପୀଡିତ ଥିବା ହେତୁ ସେ ୟୁନିଭର୍ସାଲ ଚାମ୍ପିଆନ ଟାଇଟଲକୁ ତ୍ୟାଗ କରିଛନ୍ତି ।
ଏହି WWE ଚାମ୍ପିୟାନ ପୁଣି ନିଜ ବିଦାୟକାଳୀନ ଭାଷଣରେ କହିଛନ୍ତି , “କେବେକେବେ ଜୀବନ ତୁମର କଠୋର ପରୀକ୍ଷା ନିଏ ତାହା କାହାକୁ ବା ଜଣା। ଏଣୁ ମୁଁ ବର୍ତ୍ତମାନ ଘରକୁ ଫେରି ଯାଇ ମୋ ନିଜ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବାକୁ ଚେଷ୍ଟା କରିବି । କିନ୍ତୁ ମୁଁ ସମସ୍ତଙ୍କୁ ସଫା ସଫା କହିବାକୁ ଚାହେଁ ଯେ, ଏହା ମୋର ବିଦାୟୀ ଭାଷଣ ନୁହେଁ ଏବଂ ମୁଁ ପୁଣି ଥରେ ଫେରିବି ଓ ଏହା ପ୍ରମାଣ କରିବି କି ମୁଁ ହାର ମାନି ନାହିଁ । ମୁଁ ମୋର ମ୍ଯାଚ୍ ମାନଙ୍କ ଭଳି ଏଥିରେ ମଧ୍ୟ ବିଜୟୀ ହେବି ଏବଂ ଖୁବ ଶୀଘ୍ର ଫେରିବି । ”
ଗତ ସୋମବାର ରାତିରେ ରୋମାନ ନିଜର ରୋଗ ସଂପର୍କରେ ସର୍ବସାଧାରଣରେ ଘୋଷଣା କରିଛନ୍ତି । ସେ ନିଜର ୱାର୍ଲ୍ଡ୍ ଚାମ୍ପିଆନ ଟାଇଟଲକୁ ନେଇ ରିଙ୍ଗକୁ ଆସି ନିଜର ଏହି ରୋଗ ସଂପର୍କରେ କହିଥିଲେ। ରୋମାନ ରେଞ୍ଜଙ୍କ ପ୍ରକୃତ ନାମ ‘ଲେଏଟି ଜୋସେପ ଅନୋଇ’ ଅଟେ । ସେ ୧୯୮୫ ମସିହା ମେ ୨୫ରେ ଜନ୍ମ ଗ୍ରହଣ କରିଥିଲେ । ସେ ପେସାରେ ଜଣେ WWE ରେସଲର ଥିବା ବେଳେ ଜଣେ ପୂର୍ବତ୍ତନ ଗ୍ରିଡିରୋନ ଫୁଟବଲ ଖେଳାଳୀ ମଧ୍ୟ ଥିଲେ ।