ଅମୀର ଖାନଙ୍କ ଶୋ’ ର ଏକ ଭିଡିଓ ସେୟାର କଲେ ବାବା ରାମଦେବ, ଆଉ ଧମକ ଦେଇ କହିଲେ ଏମିତି କିଛି….

“ଆୟୁର୍ବେଦ ଭରସେସ ଏଲୋପାଥି”କୁ ନେଇ ଏବେ ବାବା ରାମଦେବ ଚର୍ଚ୍ଚାରେ ଅଛନ୍ତି । ବାବା ଏଲୋପାଥିକୁ ସ୍ଟୁପିଡ଼ ସାଇନ୍ସର ଆଖ୍ୟା ଦେଇଥିବା ବେଳେ ଏହାକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ ଓ ଯୋଗଗୁରୁଙ୍କ ମଧ୍ୟରେ ଲାଗିଛି ଘମାଘୋଟ ଯୁକ୍ତିତର୍କ । ଡାକ୍ତର ମାନେ ରାମଦେବଙ୍କ ମନ୍ତବ୍ୟକୁ ନେଇ ଅସନ୍ତୁଷ୍ଟ ହେବା ପରେ ବାବା ପାଲଟା ଭାବରେ ଏଲୋପାଥି ଡାକ୍ତର ତଥା ଫାର୍ମା କମ୍ପାନୀ ମାନଙ୍କ ସାମ୍ନାରେ ପ୍ରଶ୍ନର ଏକ ଲମ୍ବା ତାଲିକା ଠିଆ କରିଦେଇଛନ୍ତି । ଗୋଟେକି ଦୁଇଟି ନୁହେଁ ଏକା ବେଳେକେ ୨୫ଟି ପ୍ରଶ୍ନ ପଚାରିଛନ୍ତି ବାବା । ସେପଟେ ବାବାଙ୍କ ଏହି ବୟାନକୁ ନେଇ ଆଇଏମଏ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏମିତି ବାକ ବିତଣ୍ଡା ଭିତରେ ଏକ ଭିଡିଓ ସେୟାର କରିଛନ୍ତି ରାମଦେବ । ଅମୀର ଖାନଙ୍କ ଏକ ପୁରୁଣା ଶୋ’ “ସତ୍ୟ ମେଵ ଜୟତେ”ର ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି । ଆଉ କହିଛନ୍ତିକି ତାଙ୍କୁ କେହି ବି ଗିରଫ କରିପାରିବେ ନାହିଁ । ଯେବେକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ଚିଠି ପାଇବା ପରେ ନିଜ ବୟାନକୁ ଫେରେଇ ନେଇଛନ୍ତି ବାବା ରାମଦେବ ।

କହିରଖିବା ଉଚିତ ହେବକି, ଅମୀର ଖାନଙ୍କ ଶୋ’ ସତ୍ୟ ମେଵ ଜୟତେ ଗୋଟେ ସମୟରେ ଖୁବ ଲୋକପ୍ରିୟତା ହାସଲ କରିଥିଲା । ଏହି ଶୋ’ ର ପ୍ରତିଟି ଏପିସୋଡ଼ରେ ଅମୀର ଭିନ୍ନ ଭିନ୍ନ ଘଟଣାକୁ ନେଇ ମତ ରଖନ୍ତି । ଏବେ ବାବା ରାମଦେବ ଡଃ ସମିତ ଶର୍ମାଙ୍କ ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି ଯେଉଁଥିରେ ଦେଖାଯାଉଛି ଡାକ୍ତର କିଛି ଏଲୋପାଥି ଔଷଧ ଗୁଡିକ ବିଷୟରେ କହୁଛନ୍ତି । ୨୦୧୨ ରେ ପ୍ରସାରିତ ହୋଇଥିବା ଏହି ଏପିସୋଡ଼ର କ୍ଲିପଟିକୁ ଟ୍ୱିଟରରେ ସେୟାର କରିଛନ୍ତି ବାବା ରାମଦେବ । ସେୟାର ହେବା ପରେ ଲୋକେ ବି ବହୁଳ ମାତ୍ରାରେ ପ୍ରତିକ୍ରିୟା ଦେଉଥିବା ନଜର ଆସିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.