Below header

Airtel: ୟୁଜର୍ସଙ୍କୁ ମିଳିବ ଦୈନିକ ଫ୍ରି ୬ ଜିବି ଡାଟା ସହ ଅନଲିମିଡେଟ କଲ ଅଫର

ଟେଲିକମ କମ୍ପାନୀ ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଆଣିଛିି ବମ୍ପର ଅଫର । ଏବେ ୟୁଜର୍ସଙ୍କୁ ଫ୍ରିରେ ମିଳିବ ୬ ଜିବି ଡାଟା । ଏହି ଡାଟା ପ୍ଲାନ ଖାସ କରି ପ୍ରିପେଡ ଗ୍ରାହକଙ୍କ ପାଇଁ ରଖାଯାଇଛି । ତେବେ ୟୁଜର୍ସଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହି ଅଫରରେ କିଛି ସିଲେକ୍ଟିଭ ରିଚାର୍ଜ ପ୍ଲାନ ରହିଛି । ଯାହାର ପ୍ରିପେଡ ରିଚାର୍ଜ ପରେ ଗ୍ରାହକଙ୍କୁ ୬ ଜିବି ଡାଟା ଫ୍ରିରେ ମିଳିବ । ଏହା କୁପନ ଆକାରରେ ମିଳିବ ।ଯାହା ଗ୍ରାହକଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ଟ୍ରାନ୍ସଫର କରାଯିବ ।

ଏହି ଅଫରର ଲାଭ ଉଠାଇବା ପାଇଁ ପ୍ରଥମେ ଗ୍ରାହକଙ୍କୁ ୨୧୯ ଟଙ୍କାର ଅନଲିମିଟେଡ ପ୍ଲାନ ରିଚାର୍ଜ କରିବାକୁ ହେବ ।ଏଥିରେ ଅନଲିମିଟେଡ କଲ ସହ ଡାଟା ମଧ୍ୟ ମିଳିବ । ତେବେ ୨୮ ଦିନ ଭାଲିଡିଟି ରେ ୨ ଜିବି ଡାଟା, ୫୬ ଦିନରେ ୪ ଜିବି ଡାଟା ୩୯୯ ଟଙ୍କାରେ ଏବଂ ୮୪ ଦିନ ପର୍ଯ୍ୟନ୍ତ ୬ ଜିବି ଡାଟା ୫୯୮ କିମ୍ବା ତା ଠାରୁ ଅଧିକ ଟଙ୍କାରେ ଦିଆଯିବ । ଏହି ୩ଟି ପ୍ଲାନ ଏୟାଟେଲର ଅନଲିମିଟେଡ ପ୍ଲାନ । ଏଥିରେ ଅନଲିମିଟେଡ କଲ ଅଫର ସହ ୧୦୦ ଏସଏମଏସ ସୁବିଧା ମଧ୍ୟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.