Below header

ଘରେ ହିଁ ଏମିତି ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରନ୍ତୁ ତୈଳ, କେଶ ହେବ ଘନ ଓ କଳା

ଘନ ଓ କଳା କେଶ ସବୁ ମହିଳାଙ୍କ ସ୍ୱପ୍ନ ହୋଇଥାଏ। କିନ୍ତୁ ଖରାଦିନେ ଅଧିକ ଝାଳ ଓ ଧୂଳି ଯୋଗୁ କେଶ ଅଠାଳିଆ ଏବଂ ରୁକ୍ଷ ହୋଇଯାଏ। ତେଣୁ ଏହି ଋତୁରେ ଆପଣ ମାର୍କେଟରେ ମିଳୁଥିବା ତେଲ ବଦଳରେ ଘରେ ହୋମମେଡ ତେଲ ବ୍ୟବହାର କରି ପାରିବେ। ଏହାଦ୍ୱାରା ଆପଣ ଏହି କେଶ ସମସ୍ୟାରୁ ନିସ୍ତାର ପାଇ ପାରିବେ। ଆଜି ଆମେ ଆପଣଙ୍କୁ ଘନ, ଲମ୍ବା ଓ ମଜଭୁତ କେଶ ପାଇଁ ଏମିତି କିଛି ଘରୋଇ ତେଲ ବିଷୟରେ କହିବୁ, ଯଦ୍ଦ୍ୱାରା ଆପଣଙ୍କୁ ଫାଇଦା ମିଳିପାରିବ।

୧. ଭୃସଙ୍ଗ ପତ୍ର ଓ ନଡ଼ିଆ ତେଲ: ୨ ଚମଚ ନଡ଼ିଆ ତେଲରେ ଭୃସଙ୍ଗ ପତ୍ର ମିଶାନ୍ତୁ। ଏହି ଦୁଇଟି ଜିନିଷକୁ ମିଶାଇ ଗରମ କରନ୍ତୁ ଏବଂ ଥଣ୍ଡା ହେବା ପରେ ବୋତଲରେ ରଖନ୍ତୁ। ତେଲକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଗରମ କରି ନିଅନ୍ତୁ।

୨. ଅଁଳା ତେଲ: ଏହା କେଶ ମୂଳକୁ ମଜଭୁତ କରିଥାଏ। ଏହାକୁ ବନାଇବା ପାଇଁ ଅଁଳାକୁ ୪ ଖଣ୍ଡରେ କାଟି ନିଅନ୍ତୁ ଏବଂ ଶୁଖିବାକୁ ଦିଅନ୍ତୁ। ୧ ଘଣ୍ଟା ଶୁଖିବା ପରେ ସେଥିରେ ୨ ଚାମଚ ରୋଜଉଡ ତେଲ ଏବଂ ୪ ଚାମଚ ନଡ଼ିଆ ତେଲ ମିଶାନ୍ତୁ। ଏ ସମସ୍ତ ଜିନିଷକୁ ଭଲ ଭାବେ ଗରମ କରି ନିଅନ୍ତୁ ଏବଂ ଥଣ୍ଡା ହେବା ପରେ ବୋତଲରେ ରଖି ଦିଅନ୍ତୁ।

୩. ପିଆଜ ତେଲ: ଏହାକୁ ବନାଇବା ପାଇଁ ପିଆଜକୁ ଭଲ ଭାବେ କାଟି ନିଅନ୍ତୁ ଏବଂ ସେଥିରେ ୬ ଚାମଚ ନଡ଼ିଆ ତେଲ ଓ ୨ ପାଖୁଡ଼ା ରସୁଣ ପକାନ୍ତୁ। ଏହି ମିଶ୍ରଣକୁ ଭଲ ଭାବେ ମିଶାନ୍ତୁ ଏବଂ ଥଣ୍ଡା ହେବାକୁ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.