ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହେବ ଫିଲ୍ମ, ଅଭିଷେକ କପୁର ଦେବେ ନିର୍ଦ୍ଦେଶନା

ଫିଲ୍ମ ‘ଉରି’ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଚହଳ ସୃଷ୍ଟି କରିଦେଇଥିଲା। ଏହା ପରେ ଏବେ ବାଲାକୋଟ୍‌ରେ ହୋଇଥିବା ଭାରତୀୟ ବାୟୁସେନାର ଆକ୍ରମଣକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ। ଏଥିନେଇ ଆଗକୁ ଆସିଛନ୍ତି ବଲିଉଡର ନାମୀଦାମୀ ପ୍ରଯୋଜକ ସଞ୍ଜୟ ଲୀଲା ଭନ୍‌ଶାଲୀ, ଭୂଷଣ କୁମାର, ମହାବୀର ଜୈନ ଏବଂ ପ୍ରଜ୍ଞା କପୁର ପ୍ରମୁଖ। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ଜାତୀୟ ପୁରସ୍କାର ବିଜେତା ଅଭିଷେକ କପୁର।

strike

ପୁଲଓ୍ଵାମାରେ ଆତଙ୍କବାଦୀମାନଙ୍କ ଆକ୍ରମଣରେ ୪୦ଜଣ ଯବାନ ପ୍ରାଣ ହରାଇଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଫେବୃୟାରୀ ୧୪ରେ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ଆକ୍ରମଣ କରାଯାଇଥିଲା। ଏଥିରେ ଜୈଶ-ଏ-ମହମ୍ମଦର କେତେକ ଆଡ୍ଡାକୁ ନଷ୍ଟ କରାଯାଇଥିଲା। ଫଳରେ ୨ଶହରୁ ୩ଶହ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଫିଲ୍ମକୁ ନେଇ ନିର୍ଦ୍ଦେଶକ ଅଭିଷେକ କପୁର ଉତ୍ସାହିତ ରହିଛନ୍ତି। ଏପରି ଫିଲ୍ମ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିବାରୁ ସେ ସମ୍ମାନିତ ଏବଂ ଗର୍ବ ଅନୁଭବ କରୁଛନ୍ତି। ଫିଲ୍ମର ନାମ, ଷ୍ଟାରକାଷ୍ଟ ଏବଂ ରିଲିଜ ଡେଟ୍‌ ବିଷୟରେ କୌଣସି ସୂଚନା ମିଳିନାହିଁ। ପୂର୍ବରୁ ଉରି ଆକ୍ରମଣକୁ ନେଇ ଫିଲ୍ମ ନିର୍ମାଣ ହୋଇ ସାରିଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବିକ୍କି କୌଶଲ। ଫିଲ୍ମଟିକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.