ଭାଗ୍ୟଶ୍ରୀଙ୍କୁ ଲିପ୍‌ କିସ୍‌ କରିବାକୁ ପ୍ରବର୍ତ୍ତାଉଥିଲେ ଫଟୋଗ୍ରାଫର, ସଲ୍‌ମାନ କହିଲେ ଏମିତି କଥା ଶୁଣି ଅବାକ୍‌ ହୋଇଗଲେ ଅଭିନେତ୍ରୀ

ମୁମ୍ବାଇ : ‘ମୈନେ ପ୍ୟାର କିୟା’ ଫିଲ୍ମ ଅଭିନେତ୍ରୀ ଭାଗ୍ୟଶ୍ରୀ ଓ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ କେରିଅରର ସବୁଠୁ ହିଟ୍‌ ଫିଲ୍ମ ମଧ୍ୟରୁ ଗୋଟିଏ । ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ହେଲେ ଏହି ଫିଲ୍ମରେ ସଲ୍‌ମାନ୍‌ ଓ ଭାଗ୍ୟଶ୍ରୀ ଶେଷ ଥର ପାଇଁ ଏକ ସଙ୍ଗରେ ଦେଖାଯାଇଥିଲେ ।

salman-1

ଏହି ଫିଲ୍ମ ସମୟର ଏକ ଫଟୋଶୁଟ୍‌କୁ ନେଇ ଭାଗ୍ୟଶ୍ରୀ ମଜାଦାର କଥା ଏକ ସାକ୍ଷାତକାରରେ କହିଛନ୍ତି । ଭାଗ୍ୟଶ୍ରୀ ସାକ୍ଷାତକାରରେ କହିଛନ୍ତି ଯେ ସେ ସମୟରେ ଜଣେ ଫଟୋଗ୍ରାଫର ଆମ ଦୁଇଜଣଙ୍କର କିଛି ଉତ୍ତେଜକ ଫଟୋ ନେବାକୁ ଚାହୁଁଥିଲେ ।

salman-2

ତେଣୁ ସଲ୍‌ମାନ୍‌ଙ୍କୁ ଟିକେ ଦୂରକୁ ନେଇ କହୁଥିଲେ କି ମୁଁ ଯେତେବେଳେ କ୍ୟାମେରା ସେଟ୍‌ଅପ୍‌ କରିବି ତୁମେ ଭାଗ୍ୟଶ୍ରୀଙ୍କ ଲିପ୍‌ରେ କିସ୍‌ କରିଦେବ । ସେ ଦୁହିଁଙ୍କର କଥା ମୁଁ ଶୁଣୁଛି ବୋଲି ତାଙ୍କର ମୋ ପ୍ରତି ଧ୍ୟାନ ନଥିଲା ।

ହେଲେ ସଲ୍‌ମାନ୍‌ ଏପରି କାମ କରିବାକୁ ସିଧା ମନା କରି ଦେଇଥିଲେ । ଫଟୋଗ୍ରାଫରକୁ କହିଥିଲେ ଯେ ତୁମେ ଯଦି ଏପରି ଫଟୋ ଚାହୁଁଛ ତେବେ ଭାଗ୍ୟଶ୍ରୀଙ୍କ ଅନୁମତି ଆଣ । ସଲ୍‌ମାନଙ୍କର ଏପରି ଉତ୍ତର ମୋତେ ବହୁତ ଭଲ ଲାଗିଥିଲା । ମୁଁ ସୁରକ୍ଷିତ ଲୋକଙ୍କ ସହ କାମ କରୁଛି ବୋଲି ଜାଣି ବହୁତ ଖୁସି ହୋଇଥିଲି ।

Leave A Reply

Your email address will not be published.