ଗାଁ ଭିତରେ ଗୋବର ଘସି ତାଡୁଛନ୍ତି ଭୂମି ପେଡନେକର ଓ ତାପସୀ ପନ୍ନୁ, କାହିଁକି ଜାଣନ୍ତୁ

ମେରଠ ଓ ବାଗପତ୍‌ରେ ଏବେ ଏକ ଭିନ୍ନ କଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ର ଦୁଇ ହିରୋଇନ୍‌ । ଭୂମି ପେଡନେକର ଓ ତାପସୀ ପନ୍ନୁ । ଏମାନେ ଅନୁରାଗ କଶ୍ୟପଙ୍କ ନୂଆ ଫିଲ୍ମରେ ଅଭିନୟ କରୁଛନ୍ତି । ଫିଲ୍ମର ନାଁ ବି ଖୁବ୍‌ ମଜାଦାର । ‘ଷାଣ୍ଢ କି ଆଁଖ’ ।

SANDH KI AANKH-1

ଏହି ଫିଲ୍ମ ଭିନ୍ନ ଭିନ୍ନ ସ୍ଥାନରେ ସୁଟିଂ ବେଳେ ଦୁଇ ସୁନ୍ଦରୀ ନାୟିକାଙ୍କ ହାତରେ ଥିଲା ଗୋବର । ସେମାନେ ଘସି ତାଡୁଥିବାର ଦୃଶ୍ୟ ସୁଟିଂ ହେଉଥିଲା । ଅବଶ୍ୟ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ତୁଷାର ହୀରାନନ୍ଦାନୀ । ନିର୍ଦ୍ଦେଶକ ଭାବେ ଏହା ହେଉଛି ତାଙ୍କର ପ୍ରଥମ ଫିଲ୍ମ ।

SANDH KI AANKH-2ସିନେମାର କାହାଣୀ ଉତ୍ତର ପ୍ରଦେଶ ମହିଳା ସୁଟର୍‌ ଚନ୍ଦ୍ରୋ ଏବଂ ପ୍ରକାଶୀ ତୋମରଙ୍କ ବାସ୍ତବ ଜୀବନ ଆଧାରରେ ଲେଖା ଯାଇଛି । ଚନ୍ଦ୍ରୋ ହେଉଛନ୍ତି ବିଶ୍ୱର ସବୁଠାରୁ ବରିଷ୍ଠ ସୁଟର୍‌ । ତାଙ୍କ ନଣନ୍ଦ ପ୍ରକାଶୀଙ୍କୁ ୮୧ ବର୍ଷ ବୟସ । ଯିଏକି ଚନ୍ଦ୍ରୋଙ୍କୁ ଦେଖି ସୁଟିଂ କରିବା ଆରମ୍ଭ କରିଥିଲେ । ପ୍ରକାଶୀଙ୍କୁ ରିଭଲଭର ଦାଦି ଓ ଚନ୍ଦ୍ରୋଙ୍କୁ ସୁଟର ଦାଦି ଭାବେ ଲୋକେ ଡାକନ୍ତି । ଏହି ଦୁଇଜଣଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଭୂମି ଓ ତାପସୀ ।

SANDH KI AANKH-4

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.