Below header

ମୁମ୍ବାଇ ବର୍ଷା କାରଣରୁ ଅକ୍ଟୋବରକୁ ଘୁଞ୍ଚିଲା “ବିଗ ବସ-୧୪” ପ୍ରସାରଣ ତାରିଖ

ଭାରତର ଅନ୍ୟତମ ଲୋକପ୍ରିୟ ରିୟାଲିଟି ସୋ “ବିଗ ବସ”ର ୧୪ଶ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଯାହାକୁ ସୋ’ ର ଫ୍ୟାନ୍ସ ମାନେ ଖୁବ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । କିନ୍ତୁ ମିଳିଥିବା ସୂଚନାରୁ ଜଣାଯାଇଛିକି ଏହି ଫ୍ୟାନ୍ସ ମାନଙ୍କୁ ଆହୁରି କିଛି ଦିନ ନିଜ ପ୍ରିୟ ସୋ ପାଇଁ ଅପେକ୍ଷା କରିବାକୁ ହେବ । ସୋ’ ନିର୍ମାତା ମାନେ ପୂର୍ବରୁ ଚଳିତ ସିଜିନ୍କୁ ସେପ୍ଟେମ୍ବର ଅନ୍ତିମ ସପ୍ତାହରୁ ପ୍ରସାରଣ କରିବା ନେଇ ସ୍ଥିର କରିଥିବା ବେଳେ କିନ୍ତୁ ବିଶେଷ କାରଣରୁ ଏହାକୁ ଅକ୍ଟୋବର ମଧ୍ୟ ଭାଗ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପ୍ରତି ଥର ସୋ’ର ଆରମ୍ଭ ସାଧାରଣତଃ ଅକ୍ଟୋବର ପ୍ରଥମ ସପ୍ତାହରୁ ହିଁ କରାଯାଇଥାଏ ।

big boss

କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ନିର୍ମାତା ମାନେ ନିଷ୍ପତ୍ତି ନେଇଥିଲେକି ସେପ୍ଟେମ୍ବର ଶେଷ ସପ୍ତାହରୁ ହିଁ ଏହାର ଆରମ୍ଭ କରିଦେବେ ବୋଲି | କିନ୍ତୁ ଏବେ ଟିମର ନିଷ୍ପତ୍ତିରେ ପରିବର୍ତ୍ତନ ଆସିଛି । ସୋ’ର ସେଟ ଗୋରେଗାଓଁ ଫିଲ୍ମ ସିଟିରେ ଅବସ୍ଥିତ ଥିବା ବେଳେ ଅଂଚଳରେ କିଛି ଦିନ ହେବ ଲାଗି ରହିଥିବା ପ୍ରବଳ ବର୍ଷ କାରଣରୁ କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ ଆସିଛି । ବର୍ଷା ଥମିବା କ୍ଷଣି ପୁଣି ଥରେ କାମ ଆରମ୍ଭ କରି ଦିଆଯିବ । ସୋ’ ର ପୂର୍ବ ରେକର୍ଡ ଗୁଡିକୁ ଦେଖିଲେ ଜାଣି ହେବଯେ, ଖାତି ଅପେକ୍ଷା ବିବାଦକୁ ନେଇ ଏହି ସୋ’ ଅଧିକ ଚର୍ଚ୍ଚାରେ ରହି ଆସିଛି । ଏହାବାଦ ସୋ’ର ମୁଖ୍ୟ ଆକର୍ଷଣ ହେଉଛନ୍ତି ବଲିଉଡ ଅଭିନେତା ସଲ୍ମାନ ଖାନ ।

କହିରଖିବା ଉଚିତ ହେବକି ଗତ ଥରର ସିଜିନ୍ ସର୍ବାଧିକ ହିଟ ହୋଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ବି ବେଶ ଜୋର ଧରିଥିଲା । ଏଦିଗକୁ ଧ୍ୟାନରେ ରଖି ଏହାର ନିର୍ମାତା ଓ ସଲମାନଙ୍କ ମଧ୍ୟରେ ଏକ ବଡ ଡ଼ିଲ ବି ସାଇନ ହୋଇଛି । ସଲମାନଙ୍କ ଚଳିତ ବର୍ଷର ସିଜିନ୍ ପାଇଁ ଅଢେଇ ସହ କୋଟି ଟଙ୍କା ପାରିଶ୍ରମିକ ବାବଦରେ ମିଳିବାର ଯୋଜନା ରହିଛି । ସପ୍ତାହକୁ ଦୁଇ ଥର ଭାଇଜାନ ଟିମ ମେମ୍ବରଙ୍କ ସହ ଭେଟିବାକୁ ଆସିଥାନ୍ତି । ଆଉ ପ୍ରତିଥର ପାଇଁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ର ପାରିଶ୍ରମିକ ଦାବି କରନ୍ତି ସଲମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.