ବୟଫ୍ରେଣ୍ଡଙ୍କ ସହ ବେକ୍ରଅପ୍ ପରେ ଡିପ୍ରେସନ୍ରେ ବିଗ୍ ବସ୍ର ଏହି ପୂର୍ବ ପ୍ରତିଯୋଗୀ, ଜାଣନ୍ତୁ ସେ କିଏ ?
ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଏବଂ ବିଗ୍ ବସ୍ର ପୂର୍ବ ପ୍ରତିଯୋଗୀ ସନା ଖାନ୍ ବେକ୍ରଅପ୍ କାରଣରୁ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଗତ କିଛି ଦିନ ହେବ ସେ ସୋସିଆଲ ମିଡିଆରେ ନିଜର ବେକ୍ରଅପ୍ ବିଷୟରେ ଖୁଲାସା କରିଥିଲେ। ସେ ବହୁତ ଦିନ ଧରି ଡ୍ୟାନ୍ସର ଏବଂ କୋରିଓଗ୍ରାଫର ମେଲଓ୍ଵିନ ଲୁଇସଙ୍କ ସହ ସମ୍ପର୍କରେ ରହିଥିଲେ। ସନା ତାଙ୍କ ଉପରେ ଧୋକା ଦେବାର ଅଭିଯୋଗ କରିଛନ୍ତି। ବେକ୍ରଅପ୍ ପରେ ଏବେ ସେ ଡିପ୍ରେସନ୍ରେ ରହୁଥିବା କଥା ମଧ୍ୟ କହିଛନ୍ତି।
ସୂଚନା ମୁତାବକ ସନା ନିଜେ ଏକ ସାକ୍ଷାତକାର ମାଧ୍ୟମରେ କହିଛନ୍ତି ବେକ୍ରଅପ୍ ପରେ ସେ ଖୁବ୍ ଭାଙ୍ଗିପଡିଛନ୍ତି। ଏହାବ୍ୟତୀତ ସେ କହିଛିନ୍ତି କିଛି ଦିନ ହେବ ମୁଁ ଅଧିକ ସମସ୍ୟା ଭିତରେ ଫସି ରହିଛି। ଏବେ ଧିରେ ଧିରେ ଠିକ ହେବାକୁ ଲାଗୁଛି ଏବଂ ନିଜର ଧ୍ୟାନ ମଧ୍ୟ ରଖୁଛି। ମୋ ପରିବାର ମୋ ସହିତ ଅଛନ୍ତି। ମୁଁ ଗତ ୨୦ ଦିନ ଧରି ନିଦ ବଟିକା ମଧ୍ୟ ଖାଉଥିଲି କିନ୍ତୁ ଏବେ ଦୁଇ ଦିନ ହେବ କୌଣସି ଔଷଧ ଖାଇନାହିଁ। ଏଥିପାଇଁ ମଧ୍ୟ ମୁଁ ବହୁତ ଖୁସି ଅଛି।
ସନା ଖାନ୍ ଆଗକୁ ଏହାମଧ୍ୟ କହିଛନ୍ତି ସମାଜରେ ଧୋକାବାଜ୍ ଲୋକମାନେ ବହୁତ ଜଲଦି ଆଗକୁ ବଢିଥାନ୍ତି, କିନ୍ତୁ ଯେଉଁ ଲୋକମାନେ ପ୍ରକୃତ ଭଲ ପାଇଥାନ୍ତି ସେମାନଙ୍କୁ ଆଗକୁ ବଢିବା ପାଇଁ କିଛି ସମୟ ଲାଗିଥାଏ। ସନା କହିଛନ୍ତି, ଧୋକା ଦେବା ଭୁଲ ନୁହେଁ। ଏହା ଏକ ଷଡଯନ୍ତ୍ର। ବର୍ତ୍ତମାନ ମୁଁ ଯେଉଁ ଯନ୍ତ୍ରଣାରେ ଗତି କରୁଛି ତାହାର ମୂଲ୍ୟ କେବେ ବି ସେ ସୁଝି ପାରିବେନି। ମୋର ଏ ଭଳି ସମୟରେ ଯେଉଁ ଲୋକମାନେ ମତେ ସପୋର୍ଟ କରିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି।
ସନା ଏକ ସାକ୍ଷାତକାର ଜରିଆରେ ନିଜର ମନ୍ତବ୍ୟ ଦେଇ କହିଛନ୍ତି, ‘ସେ ଏକ ଛୋଟ ଝିଅକୁ ଗର୍ଭବତୀ କରାଇଥିବା କଥା ଜାଣିବା ପରେ ମଧ୍ୟ ଏହା ମତେ ଖୁବ୍ ଦୁଃଖ ଲାଗିଛି। ସେ ଝିଅମାନଙ୍କ ଠାରୁ ଟଙ୍କା ନେଉଥିଲେ ଏବଂ ସେ ନିଜ ଛାତ୍ରୀଙ୍କ ସହ ଫ୍ଲର୍ଟ ମଧ୍ୟ କରୁଥିଲେ। ଏଥିରୁ ଜଣା ପଡୁଛି ସେ କିପରି ଶିକ୍ଷକ। ଏହିସବୁ କଥା ଜାଣିବା ପରେ ମୁଁ ଖୁବ୍ ଡରିଯାଇଥିଲି। ଏହିକାରଣରୁ ସେ ଆଜି ପର୍ଯ୍ୟନ୍ତ ଷ୍ଟ୍ରଗଲ୍ କରୁଛନ୍ତି। ଭଗବାନ ତୁମକୁ ଶାସ୍ତି ଦେବେ।’