Below header

ବିମାନ ବନ୍ଦରରେ ଚୋରି ହେଲା ଏହି ଅଭିନେତ୍ରୀଙ୍କ ବ୍ୟାଗ, ଏୟାର ଇଣ୍ଡିଆ ଉପରେ ଆଣିଲେ ଅଭିଯୋଗ

ବଲିଉଡ ଖେଳାଳି ମାନଙ୍କୁ ବହୁ ଥର ବିମାନ ଯାତ୍ରା ସମୟରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।  ଅନେକ ସମୟରେ ସେମାନଙ୍କ ଦାମୀ ଜିନିଷ ପତ୍ର ବି ଚୋରି ହୋଇଯିବାର ନଜିର ରହିଛି ।  ଠିକ ଏମିତି ହିଁ ଏକ ସମସ୍ୟାର ସାମ୍ନା କରିଛନ୍ତି ବଲିଉଡର ଜଣେ ସୁନ୍ଦରୀ ଅଭିନେତ୍ରୀ କୃତି ଖରଵନ୍ଦ ।  ନିକଟରେ ଏୟାର ଇଣ୍ଡିଆ କମ୍ପାନୀର ଏକ ବିମାନରେ ଯାତ୍ରା କରୁଥିବା ସମୟରେ କୃତିଙ୍କ ଜିନିଷ ଚୋରି ହୋଇଯାଇଥିଲା ।  ବିମାନ କର୍ମଚାରୀଙ୍କ ଅବହେଳା କାରଣରୁ ହିଁ ଏପରି ଘଟିଥିବା କୃତି ଅଭିଯୋଗ ଆଣିଛନ୍ତି ।

kruti

ଏହି ଘଟଣା ନେଇ ନିଜ ସୋସିଆଲ ଆକାଉଣ୍ଟରେ ବି କୃତି ବିମାନ କର୍ତ୍ତୁପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।  ଅନ୍ୟ ପକ୍ଷରେ ଏହାପରେ ବିମାନ କତ୍ତୃପକ୍ଷଙ୍କ ତରଫରୁ କ୍ଷମା ମଗାଯାଇଥିବା ବେଳେ କୃତିଙ୍କ ଅଭିଯୋଗ ଉପରେ ବି ନିଜ ପ୍ରତିକ୍ରିୟା ଦେଇଥିଲେ । ଏହା ପରେ କୃତି ନିଜ ମେସେଜରେ କହିଛନ୍ତିକି ମୁଁ ଆପଣଙ୍କ କ୍ଷମା ନିବେଦନ ସ୍ୱୀକାର କରିଥିଲେ ଏପର୍ଯ୍ୟନ୍ତ ମୋ ବ୍ୟାଗର କୌଣସି ଖବର ମିଳିପାରିନାହିଁ ।  ପରେ କିନ୍ତୁ କତ୍ତୃପକ୍ଷଙ୍କ ତରଫରୁ ବ୍ୟାଗ ଟିକୁ ଖୋଜା ଯାଇ ଉଚିତ ଠିକଣାରେ ପହଞ୍ଚାଇ ଦିଆଯିବ ବୋଲି କୁହାଯାଇଥିଲା ।

ଅବଶ୍ୟ ଏପରି ଘଟଣା ପ୍ରଥମ ଥର ପାଇଁ ନୁହେଁ ।  ଏହା ପୂର୍ବରୁ ୨୦୧୪ ମସିହାରେ ବି ଏହି ଅଭିନେତ୍ରୀ ଜଣକ ଏୟାର ଇଣ୍ଡିଆ ବିରୋଧରେ ସମାନ ଧରଣର ଅଭିଯୋଗ ଆଣିଥିଲେ ।  କିଛି ଦିନ ପୂର୍ବେ ହାସ୍ୟଭିନେତା କୁନାଳ କାମରାଙ୍କୁ ୬ ମାସ ପାଇଁ ଏୟାର ଇଣ୍ଡିଆରେ ଯାତ୍ରା କରିବା ପାଇଁ ବ୍ୟାଣ୍ଡ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.