ବିଗ୍ ବସ୍ ଫେମ୍ ବିକାଶ ଗୁପ୍ତା କରୋନା ସଂକ୍ରମିତ, ଇନଷ୍ଟାଗ୍ରାମରେ ସେୟାର କଲେ ଏହି ପୋଷ୍ଟ

ମୁମ୍ବାଇ: ଟିଭି ପ୍ରଡ୍ୟୁସର ତଥା ବିଗ୍ ବସ୍ ଫେମ୍ ବିକାଶ ଗୁପ୍ତା କରୋନା ସଂକ୍ରମିତ । ବିକାଶ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ସକରାତ୍ମକ ହେବା ସର୍ବଦା ଭଲ ନୁହେଁ ଏବଂ ଏହି କ୍ଷେତ୍ରରେ ଆଦୌ ନୁହେଁ । ସେ କୋଭିଡ୍ ଟେଷ୍ଟ ପଜିଟିଭ୍ ଆସିଛନ୍ତି । ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ଦୟାକରି ସେମାନେ ନିଜର ଟେଷ୍ଟ କରାଇ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ଏହାସହ ସେ ନିଜକୁ ଆଇସୋଲେଟ୍ କରିଥିବାବେଳେ, ଶୀଘ୍ର ସୁସ୍ଥ ହେବାକୁ ଆଶା ରଖିଥିବା ସୂଚନା ଦେଇଛନ୍ତି।’

vikashଖାଲି ସେତିକି ନୁହେଁ ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ସେ ପ୍ରକୃତରେ ସତର୍କ ଥିଲେ କିନ୍ତୁ କିଛି ଭୁଲ ହୋଇଥାଇପାରେ । ତେବେ ବିକାଶ କରୋନା ସଂକ୍ରମିତ ହେବାପରେ ଫ୍ୟାନ୍ସଠାରୁ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସୂଚନା ଥାଉକି, ବିକାଶ ଗୁପ୍ତା ବିଗ୍ ବସ୍ ୧୧ ସିଜିନରେ ନଜର ଆସିଥିଲେ । ଯେଉଁଥିରେ ସେ ଦ୍ୱିତୀୟ ରନରଅପ୍ ଥିଲେ । ଏହାପରେ ତାଙ୍କୁ ମାଷ୍ଟର ମାଇଣ୍ଡର ଟ୍ଯାଗ୍ ମଧ୍ଯ ମିଳିଥିଲା । ଯାହା ସମସ୍ତଙ୍କ ପାଖରେ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.