ବୟସକୁ ପାଦରେ ଆଡେଇ ଆଜି ବି ଯୁବା ଦେଖାଯାଉଛନ୍ତି ରେଖା, ଅନେକ ଅଭିନେତ୍ରୀଙ୍କୁ ଦେଉଛନ୍ତି ଟକ୍କର

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ରେଖାଙ୍କ ସୌନ୍ଦର୍ଯ୍ୟରେ ସମସ୍ତେ ପାଗଳ। ଦିନକୁ ଦିନ ତାଙ୍କ ସୁନ୍ଦରତା ବଢ଼ିବାରେ ଲାଗିଛି। ଆଜି ବଲିଉଡର ଏହି ଷ୍ଟାଇଲିସ୍ ଅଭିନେତ୍ରୀଙ୍କ ଜନ୍ମଦିନ। ୬୪ ବର୍ଷରେ ପାଦ ଥାପି ମଧ୍ୟ ଆଜି ବି ଅନେକ ଅଭିନେତ୍ରୀଙ୍କୁ ରେଖା ଦେଉଛନ୍ତି ଟକ୍କର। ତେବେ ଆସନ୍ତୁ ତାଙ୍କ ଜନ୍ମଦିନରେ ଆମେ ଆପଣଙ୍କୁ ତାଙ୍କର କିଛି ଫଟୋ ଦେଖାଇବୁ ଯାହାକୁ ଦେଖି ଆପଣ ତାଙ୍କ ବୟସକୁ ଅନୁମାନ କରିବା ସମ୍ଭବ ନୁହେଁ ବରଂ ଅସମ୍ଭବ।

rekha-birthdayରେଖା ଇଣ୍ଡଷ୍ଟ୍ରୀର ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯେଉଁମାନଙ୍କ କ୍ୟାରିୟର ବହୁତ ଭଲ ତ ଚାଲିଛି କିନ୍ତୁ ବ୍ୟକ୍ତିଗତ ଜୀବନରେ ଉତଥାନ-ପତନ ହେଉଛି। ଅଭିନୟ ଦୁନିଆକୁ ରେଖା ପସନ୍ଦ କରୁନଥିଲେ କିନ୍ତୁ ଅର୍ଥାଭାବ ଯୋଗୁଁ ସେ ଫିଲ୍ମ ଜଗତରେ ପାଦ ଦେଇଥିଲେ।

rekhaଆଜି ରେଖା ଫିଲ୍ମ ପରଦାରୁ ବହୁତ ଦୂରକୁ ଚାଲିଗଲେଣି, କିନ୍ତୁ ତାଙ୍କୁ ପ୍ରାୟ ସବୁ ଆଓ୍ଵାଡ୍ ଫଙ୍କଦନ ଏବଂ ଇଭେଣ୍ଟରେ ଓଜନିଆ ସାଢ଼ୀ ସାଙ୍ଗକୁ ଦାମୀ ଗହଣା ସହିତ ଦେଖିବାକୁ ମିଳୁଛି। ରେଖା ପ୍ରାୟ ସମୟରେ ନିଜର ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଫ୍ୟାସନକୁ ନେଇ ସମସ୍ତେ ଦିଓ୍ଵାନା।

deepikaଏହି ଫଟୋରେ ରେଖା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହିତ ନଜର ଆସୁଛନ୍ତି। ଏହି ଫଟୋରେ ତାଙ୍କୁ ଦେଖି ଲାଗବନାହିଁ ଯେ ଦୁହିଁଙ୍କ ଭିତରେ ବୟସର ପାର୍ଥକ୍ୟ କେତେ। ଏହି ଫଟୋକୁ ଯିଏ ବି ଦେଖିବ ସିଏ କହିବ ଏହି ଦୁଇଗଣ ଯେମିତି ଦୁଇ ବନ୍ଧୁ କିମ୍ବା ଭଉଣୀ।

ତେବେ ରେଖାଙ୍କ ଜନ୍ମଦିନରେ ଆମେ ତାଙ୍କୁ ଢ଼େର ସାରା ଶୁଭକାମନା ଜଣାଉଛୁ। ହାପି ବାର୍ଥ ଡେ ରେଖା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.