କଠୋରପନ୍ଥୀଙ୍କ ଟାର୍ଗେଟରେ ପାକିସ୍ତାନୀ ଅଭିନେତ୍ରୀ ହୟାତ୍‌, ଡ୍ୟାନ୍ସ ଆଉ ଡ୍ରେସ୍‌ ପାଇଁ ହେଲେ ଟ୍ରୋଲ୍‌

ପାକିସ୍ତାନୀ କଳାକାର ମହାବିଶ ହୟାତ୍‌ ଏବେ କଠୋରପନ୍ଥୀଙ୍କ ଟାର୍ଗେଟରେ ଅଛନ୍ତି। ମୁସଲମାନ ଓ ଇସ୍‌ଲାମ୍‌ଙ୍କ ସହ ଜଡ଼ିତ ମାମଲାକୁ ଆଖିବୁଜି ସମର୍ଥନ କରୁଥିବା ଏହି ଅଭିନେତ୍ରୀ ନିଜ ଡ୍ୟାନ୍ସ ଓ ଡ୍ରେସ୍‌ ଯୋଗୁ ସମାଲୋଚନାର ଶିକାର ହୋଇଛନ୍ତି।

ଏହାସହ ପଢ଼ନ୍ତୁ: ‘‘ରଙ୍ଗୀଲା’’ର ନୂଆ ଭର୍ସନ‘‘ବିୟୁଟିଫୁଲ’’ର ଟ୍ରେଲର ରିଲିଜ୍‌, ଦେଖନ୍ତୁ ନୈନା ଗାଙ୍ଗୁଲୀଙ୍କ ହଟ୍‌ ଅନ୍ଦାଜ୍‌

ସୂଚନାଯୋଗ୍ୟ ଯେ, ଆମେରିକାର ହୋଷ୍ଟନ୍‌ଠାରେ ଆୟୋଜିତ ପାକିସ୍ତାନୀ କଳାଜଗତର ଏକ ଆଓ୍ଵାର୍ଡ ଶୋ’ରେ ମହାବିଶଙ୍କୁ ସାଥୀ କଳାକାର ଅହସନ୍‌ ଖାନଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିବ। ଏହାର ରିହର୍ସାଲ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଦେଖନ୍ତୁ ଭିଡିଓ:

https://www.instagram.com/tv/B3UDcmwFHSO/?utm_source=ig_web_copy_link

 

ଭିଡିଓରେ ମହାବିଶ ଏକ ଅତ୍ୟାଧୁନିକ ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧି ନାଚୁଥିବା ଦେଖିବାକୁ ମିଳିଛି। ପୋଷ୍ଟରେ କ୍ୟାପସନ୍‌ ରହିଛି କ’ଣ ଏହା ଆପଣଙ୍କୁ ହଟ୍‌ ଲାଗିଲା। କିଛି ୟୁଜର ଏହି ପୋଷ୍ଟକୁ ପସନ୍ଦ କରିଥିବା ବେଳେ ଆଉ କିଛି ସମାଲୋଚନା କରି ଡ୍ରେସ୍‌ ଉପରେ ଧ୍ୟାନ ଦେବାକୁ ଉପଦେଶ ଦେଇଛନ୍ତି।

ମହାବିଶଙ୍କୁ ପାକିସ୍ତାନର ନାଗରିକ ସମ୍ମାନ ତମଗଏ-ଇମ୍‌ତିଆଜ୍‌ ସମ୍ମାନରେ ସମ୍ମାନିତ କରାଯାଇଛି। ନିକଟରେ ତାଙ୍କୁ ପାଞ୍ଚ ସର୍ବାଧିକ ଲୋକପ୍ରିୟ ମୁସଲିମ୍‌ ମହିଳାଙ୍କ ମଧ୍ୟରେ ମଧ୍ୟ ଚୟନ କରାଯାଇଛି। ବଲିଉଡ୍‌ ଫିଲ୍ମରେ ମୁସଲମାନ ଓ ପାକିସ୍ତାନକୁ ନକରାତ୍ମକ ଢଙ୍ଗରେ ଉପସ୍ଥାପନା କରାଯାଉଥିବା ନେଇ ମହାବିଶ ସବୁବେଳେ ଅଭିଯୋଗ କରିଥାନ୍ତି। ମାତ୍ର ଏବେ ତାଙ୍କୁ ନିଜ ଦେଶର ଜନତା ନକାରାତ୍ମକ କହିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.