Below header

ଜନ୍ମଦିନରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ ବବି ଦେଓଲ, ସେୟାର କଲେ ଫିଲ୍ମ ‘କଙ୍ଗୁଭା’ର ଫାଷ୍ଟ ଲୁକ୍

ଜାନୁଆରୀ ୨୭ ଶନିବାର ଦିନ ବବି ଦେଓଲ ତାଙ୍କର ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ତାଙ୍କର ଅପ୍‌କମିଂ ଫିଲ୍ମ ‘କଙ୍ଗୁଭା’ର ନିର୍ମାତା ଅଭିନେତାଙ୍କ ପ୍ରଥମ ଲୁକ୍ ପୋଷ୍ଟର ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ପୋଷ୍ଟରରେ ବବି ଦେଓଲଙ୍କ ନିଷ୍ଠୁର ଏବଂ ବିପଜ୍ଜନକ ଲୁକ୍‌ରେ ନଜର ଆସିଛନ୍ତି ।

ଜାନୁଆରୀ ୨୭ ଶନିବାର ଦିନ ବବି ଦେଓଲ ତାଙ୍କର ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ତାଙ୍କର ଅପ୍‌କମିଂ ଫିଲ୍ମ ‘କଙ୍ଗୁଭା’ର ନିର୍ମାତା ଅଭିନେତାଙ୍କ ପ୍ରଥମ ଲୁକ୍ ପୋଷ୍ଟର ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ପୋଷ୍ଟରରେ ବବି ଦେଓଲଙ୍କ ନିଷ୍ଠୁର ଏବଂ ବିପଜ୍ଜନକ ଲୁକ୍‌ରେ ନଜର ଆସିଛନ୍ତି । ୨୦୨୪ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ବବି ଦେଓଲଙ୍କ ଫିଲ୍ମ ‘କଙ୍ଗୁଭା’ ଅନ୍ୟତମ । ‘କଙ୍ଗୁଭା’ରେ ବବି ଦେଓଲ୍ ଫିଲ୍ମ ‘ଆନିମଲ’ ପରେ ପୁଣି ଥରେ ଭିଲେନ୍ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ସୂର୍ଯ୍ୟଙ୍କ ଅପ୍‌କମିଂ ଫିଲ୍ମ ‘କଙ୍ଗୁଭା’ର ନିର୍ମାତାମାନେ ବବି ଦେଓଲଙ୍କ ପୋଷ୍ଟର ସେୟାର କରି ଫିଲ୍ମ ଦେଖିବା ପାଇଁ ସମସ୍ତଙ୍କୁ ଅଧିକ ଉତ୍ସାହିତ କରିଛନ୍ତି ।

ତେବେ ଫିଲ୍ମ ‘କଙ୍ଗୁଭା’ରେ ଉଧୀରନ୍ କିଏ ? ଏହି ରହସ୍ୟ ଶେଷରେ ସାମ୍ନାକୁ ଆସିଛି । ବବି ଦେଓଲଙ୍କ ୫୫ ତମ ଜନ୍ମଦିନରେ ନିର୍ମାତାମାନେ ପ୍ରକାଶ କରିଛନ୍ତି ଯେ ବବି ଦେଓଲ ହିଁ ‘ଶକ୍ତିଶାଳୀ’ ଉଧୀରନ ଭୂମିକାରେ ଅଭିନୟ କରିବେ । ତେବେ ବବି ଦେଓଲଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି । ଏହା ସହ ଫିଲ୍ମ ‘ଆନିମଲ’ ପରେ, ପୁଣି ବବି ଦେଓଲ ଭିଲେନ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ।

ଲର୍ଡ ବବି ତାଙ୍କ ଭିଲେନର ପ୍ରଥମ ଲୁକ୍‌ ଫିଲ୍ମ ‘କଙ୍ଗୁଭା’ରୁ ସେୟାର କରାଯାଇଛି । ତେବେ ପୋଷ୍ଟରର କ୍ୟାପସନରେ ଲେଖା ଯାଇଛି ଯେ, ‘ନିଷ୍ଠୁର, ଶକ୍ତିଶାଳୀ, ଅବିସ୍ମରଣୀୟ’ । ଏହା ସହ ନିର୍ମାତାମାନେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବବି ଦେଓଲଙ୍କ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟ କରୁଥିବା ବବି ଦେଓଲଙ୍କ ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଜି ପର୍ଯ୍ୟନ୍ତ ଲର୍ଡ ବବିଙ୍କର ଏହା ସବୁଠାରୁ ବିପଜ୍ଜନକ ରୂପ, ଯାହାକୁ ଦେଖି କେହି ମଧ୍ୟ ଭୟଭୀତ ହୋଇଯିବେ । ପୋଷ୍ଟରରେ ବବି ଭିଡ଼ ଦ୍ୱାରା ଘେରି ରହିଛନ୍ତି । ଶରୀରରେ ରକ୍ତ ଲାଗିଛି, କେଶ ଛିନ୍ନଭିନ୍ନ ହୋଇଛି ଏବଂ ସେ ହାଡ଼ର ହାର ପିନ୍ଧିଥିବାର ନଜର ଆସିଛନ୍ତି ।

ଏହି ଫିଲ୍ମରେ ସୁରିଆ, ବବି ଦେଓଲ ଏବଂ ଦିଶା ପାଟାନୀଙ୍କ ବ୍ୟତୀତ ଜଗପତି ବାବୁ, ଯୋଗୀ ବାବୁ, ରେଡିନ କିଙ୍ଗସଲି, କେ.ଏସ୍ ରବିକୁମାର ଏବଂ ଅନ୍ୟାନ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ବବି ଦେଓଲ ଏବଂ ଦିଶା ପାଟାନୀ ଫିଲ୍ମ ‘କଙ୍ଗୁଭା’ ସହିତ ତାମିଲ ଡେବ୍ୟୁ କରୁଛନ୍ତି । ତେବେ ଏହି ଫିଲ୍ମଟି ଏକ କଳ୍ପନା ଆକ୍ସନ୍ ଡ୍ରାମାରେ ଭରପୂର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.