ସିନେମା ଦୃଶ୍ୟ ପରି ହଠାତ୍‌ ମାଡ଼ି ଆସିଲା ସମୁଦ୍ରର ପାଣି, ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଦକ୍ଷିଣ ଆମେରିକାର ଏକ ଦୀପପୁଞ୍ଜରେ ହଠାତ୍‌ ସମୁଦ୍ରରୁ ମାଡ଼ି ଆସିଥିଲା ପ୍ରଳୟଙ୍କାରୀ ବନ୍ୟା। ଏହି ବନ୍ୟା ଏତେ ଭୟଙ୍କର ଥିଲା ଯେ ବଡ଼ ବଡ଼ କୋଠାରେ ପାଣି ପଶି ଯିବା ସହ ଝରକା କବାଟ ଠୁ ଆରମ୍ଭ କରି ଘରର ଆବାବାବ ପତ୍ର ସବୁକିଛି ନଷ୍ଟ କରିଦେଇଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ଏ ଦୃଶ୍ୟ କୌଣସି ସିନେମାର ଦୃଶ୍ୟଠାରୁ କିଛି କମ୍‌ ନୁହେଁ । ଏହି ଦୃଶ୍ୟ କ୍ଷଣକ ପାଇଁ ପ୍ରଳୟ ହେବା ପାରି ଦୃଶ୍ୟମାନ ହୋଇଛି । ହଁ ଆଜ୍ଞା, ସବୁଦିନ ପରି ଲୋକେ ନିଜ କାମରେ ବ୍ୟସ୍ତ ରହିଥିଲେ । ନା ଥିଲା ବର୍ଷା ନା ଥିଲା କୌଣସି ଝଡ଼ ତୁଫାନର ଆଶଙ୍କା । କିନ୍ତୁ କ୍ଷଣକ ମଧ୍ୟରେ ସମୁଦ୍ରରୁ ମାଡ଼ି ଆସିଥିଲା ବନ୍ୟା । ଆଉ ସବୁକିଛି ଧ୍ୱଂସ ବିଧ୍ୱଂସ କରି ରଖିଦେଇଥିଲା । ସମସ୍ତେ ନିଜ ନିଜ କାମ କରୁଥିଲେ ହେଲେ କେଉଁଠି ଥିଲା କେଜାଣି ପ୍ରଳୟଙ୍କାରୀ ବନ୍ୟା ମାଡ଼ି ଆସିଥିଲା । ବନ୍ୟା ଏପରି ଭୟଙ୍କର ଥିଲା ଯେ କେହି କିଛି ବୁଝିବା ପୂର୍ବରୁ ସବୁକିଛି ଓଲଟ ପାଲଟ କରି ରଖିଦେଲା ।

ତେବେ ଦକ୍ଷିଣ ଆମେରିକାର ଏକ ଦୀପପୁଞ୍ଜରେ ହଠାତ୍‌ ସମୁଦ୍ରରୁ ମାଡ଼ି ଆସିଥିଲା ପ୍ରଳୟଙ୍କାରୀ ବନ୍ୟା। ଏହି ବନ୍ୟା ଏତେ ଭୟଙ୍କର ଥିଲା ଯେ ବଡ଼ ବଡ଼ କୋଠାରେ ପାଣି ପଶି ଯିବା ସହ ଝରକା କବାଟ ଠୁ ଆରମ୍ଭ କରି ଘରର ଆବାବାବ ପତ୍ର ସବୁକିଛି ନଷ୍ଟ କରିଦେଇଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । କାରଣ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି ସେହି ପ୍ରଳୟଙ୍କାରୀ ବନ୍ୟାର ଦୃଶ୍ୟ । ଯେଉଁ ଦୃଶ୍ୟରେ ଦେଖିବାକୁ ମିଳିଛି କିପରି ହଠାତ୍‌ କିପରି ମାଡ଼ି ଆସିଥିଲା ପାଣି । ଲୋକଙ୍କ ଆର୍ତ୍ତ ଚିତ୍କାରରେ ଫାଟି ପଡ଼ୁଥିଲା ପୂରା ପରିବେଶ । ସବୁଆଡ଼େ ଘୋଟିଯାଇଥିଲା ଅନ୍ଧକାର । କାରଣ ହଠାତ୍‌ ସମୁଦ୍ର ପାଣି ମାଡ଼ିଆସିବାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‌ କଟି ଯାଇଥିଲା । ଯାହା ଫଳରେ ଦୋକାନ ବଜାରଠୁ ଆରମ୍ଭ କରି ସବୁଆଡ଼େ ଅନ୍ଧକାର ଘୋଟିଯାଇଥିଲା ।

ଏହି ଭୟଙ୍କର ଦୃଶ୍ୟ ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ର ପତନର ଚେତାବନୀ ବୋଲି କୁହାଯାଉଥିବା ବେଳେ । ଏହାକୁ ସେଠାକାର ଅଞ୍ଚଳର ଲୋକେ ମହାବିପଦ ବୋଲି ଭାବି ଭୟରେ ରହିଛନ୍ତି । ତେବେ ମାର୍ଶଲ ଦ୍ୱୀପପୁଞ୍ଜରେ ଥିବା ରୋଏ-ନମୁର ଦ୍ୱୀପରେ ଏଭଳି ପ୍ରଳୟଙ୍କାରୀ ବନ୍ୟା ଦେଖିବାକୁ ମିଳିଛି । ସେହି ଅଞ୍ଚଳରେ ବର୍ଷା କି ବନ୍ୟାର କୌଣସି ପୂର୍ବ ସୂଚନା ନଥାଇ ଏପରି ହଠାତ୍‌ ମାଡ଼ି ଆସିଥିଲା ପ୍ରଳୟଙ୍କାରୀ ବନ୍ୟା । ସବୁଆଡ଼େ ହୋଇଯାଇଥିଲା ଜଳମଗ୍ନ । ଏହି ପ୍ରଳୟଙ୍କାରୀ ବନ୍ୟାର ସମ୍ମୁଖୀନ ହୋଇଛନ୍ତି ମାର୍ଶଲ ଦ୍ୱୀପପୁଞ୍ଜର ବାସିନ୍ଦା । ହେଲେ ସୌଭାଗ୍ୟବଶତଃ ଏହି ବନ୍ୟାରେ କାହାର ପ୍ରାଣ ଯାଇନଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଏବଂ ଘରଦ୍ୱାର ନଷ୍ଟ ହୋଇଯାଇଥିବା ଆକଳନ କରାଯାଉଛି । ଏହି ଘଟଣାରେ ଆମେରିକା ସେନା ପକ୍ଷରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୮୦ ଜଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ପ୍ରକାଶ କରାଯାଇଛି । ୨୦ ଜାନୁୟାରୀରେ ଏହି ଘଟଣା ଘଟିଥିବା ସୂଚନା ରହିଛି । ଯାହା ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରାଯାଇଛି ।

ତେବେ ଅକସ୍ମାତ୍‌ ସମୁଦ୍ରର ପାଣି ଏପରି ହଠାତ୍‌ ମାଡ଼ିଆସିବା ସମୁଦ୍ର ଏପରି ଅଶାନ୍ତ ହେବା ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ କିମା କୌଣସି ରାଜନେତା କେହି ସହାୟତା କରିଥିବା ସୁଚନା ମିଳିନାହିଁ ।