Below header

ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତି ମହାରାଜାଙ୍କ ଦ୍ୱାରା ସମ୍ପନ୍ନ ହୋଇଯାଇଛି ୧୮ତମ ମହୋଦଧି ଆଳତୀ

ସ୍ଵର୍ଗଦ୍ଵାର ସମ୍ମୁଖ ବେଳାଭୂମିରେ ଗତ ଗୁରୁବାର ୧୮ ତମ ମହୋଦଧି ଆଳତୀ ଜଗତଗୁରୁ ନିଶ୍ଚଳାନନ୍ଦସରସ୍ୱତୀ ,ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ୱାରା ସମ୍ପନ୍ନ ହୋଇଯାଇଛି । ରାଜ୍ୟ ସରକାର ଓ ସମସ୍ତଙ୍କ ସହଯୋଗରେ ଏହା ଆୟୋଜିତ ହୋଇଯାଇଛି ।

ପୁରୀ(କେନ୍ୟୁଜ ): ସ୍ଵର୍ଗଦ୍ଵାର ସମ୍ମୁଖ ବେଳାଭୂମିରେ ଗତ ଗୁରୁବାର ୧୮ ତମ ମହୋଦଧି ଆଳତୀ ଜଗତଗୁରୁ ନିଶ୍ଚଳାନନ୍ଦସରସ୍ୱତୀ ,ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ୱାରା ସମ୍ପନ୍ନ ହୋଇଯାଇଛି । ରାଜ୍ୟ ସରକାର ଓ ସମସ୍ତଙ୍କ ସହଯୋଗରେ ଏହା ଆୟୋଜିତ ହୋଇଯାଇଛି । ମହୋଦଧି ଆଳତୀକୁ ଅନୁସରଣ ନଦୀ ଓ ସମୁଦ୍ରର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଏବେ ଆଳତୀ କରାଯାଉଛି । ସକାଳେ ଅଭିଷେକ ଓ ନଗର କୀର୍ତନ ,ସୁନ୍ଦରକାଣ୍ଡ ଓ ନାମସଙ୍କୀର୍ତନ ପରେ ସନ୍ଧ୍ୟାରେ ଧର୍ମସଭା ହୋଇଥିଲା।

ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ,ଗଜପତି ଦିବ୍ୟସିଂହ ଦେବଙ୍କ ସହ ସାଂସଦ ବିଶେଶ୍ୱର ଟୁଡୁ ,ସ୍ୱାମୀ ପ୍ରଜ୍ଞାନାନନ୍ଦ ,ଆନନ୍ଦ ବାହିନୀ ରାଷ୍ଟ୍ରୀୟ ଅଧ୍ୟକ୍ଷା କୁମୁଦ ବର୍ମା,ବିଭିନ୍ନ ମଠର ସାଧୁ ,ସନ୍ଥ ଉପସ୍ଥିତ ଥିଲେ। ଦର୍ଶନ ,ବିଜ୍ଞାନ ଓ ବ୍ୟବହାର ତିନୋଟି ଦୃଷ୍ଟି କୋଣରୁ ସନାତନ ଧର୍ମ ହିଁ ଶ୍ରେଷ୍ଠ । ବେଦ,ଶାସ୍ତ୍ର ,ଉପନିନିଷେଧ ଓ ବୈଦିକ ମୂଲ୍ୟବୋଧ ଉପରେ ଆଧାରିତ ସନାତନ ଧର୍ମର ସୁରକ୍ଷା କରିପାରିଲେ ସମଗ୍ର ବିଶ୍ବ ଏହାକୁ ଆପଣାଇବ ବୋଲି ସେ ପ୍ରତିକ୍ରିୟାରେ କହିଥିଲେ ।

ଏହି ଅବସରରେ ଗଜପତି ଦିବ୍ୟସିଂହ ଦେବ ନିଜ ଭାଷଣରେ କହିଥିଲେ ଭାରତ ଆଧ୍ୟାତ୍ମିକ ଓ ଋଷି ମୁନିଙ୍କ ଦେଶ । ଭାରତର ଚାରୋଟି ପ୍ରମୁଖ ଧାମ ମଧ୍ୟରୁ ଏହା ସର୍ବଶ୍ରେଷ୍ଠ ଧାମ ।୨୫୦୦ ବର୍ଷ ପୂର୍ବେ ଆଦି ଶଙ୍କରାଚାର୍ଯ୍ୟ ଚତୁର୍ଦ୍ଧା ବିଗ୍ରହଙ୍କୁ ପ୍ରତିଷ୍ଠା କରିଥିଲେ । ଏହି ଧାମର ପବିତ୍ରତା ରକ୍ଷା ହେଉ । ସମଗ୍ର ପୁରୁଷୋତ୍ତମ କ୍ଷେତ୍ରକୁ ଏକ ଧାର୍ମିକ କ୍ଷେତ୍ର ଭାବେ ପରିଣତ କରାଯାଉ । ଗୁରୁଜୀଙ୍କ ମାର୍ଗଦର୍ଶନରେ ମହୋଦଧି ଆଳତୀ ସମଗ୍ର ହିନ୍ଦୁ ଓ ସନାତନ ଧର୍ମୀଙ୍କୁ ଏକତ୍ରିତ କରିପାରିଛି । ସ୍କୁଲ ସ୍ତରରେ ବୈଦିକ ଓ ଆଧ୍ୟାତ୍ମିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପାଇଁ ସେ ପରାମର୍ଶ ଦେଇଥିଲେ । ପୁରୀକୁ ଆଧ୍ୟାତ୍ମିକ ରାଜଧାନୀ ଭାବେ ଘୋଷଣା କରାଯାଉ ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିନୟ କୁମାର ଭୂୟାଁ କହିଥିଲେ। ପ୍ରତେକ ବର୍ଷ ପୌଷ ପୁର୍ଣିମା ଅବସରରେ ଗୋବର୍ଦ୍ଧନ ମଠ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।

୧୮ ତମ ମହୋଦଧି ଆଳତୀ ପାଇଁ ସମଗ୍ର ସ୍ଵର୍ଗଦ୍ଵାର ସମ୍ମୁଖ ବେଳାଭୂମିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଳତୀ ପରେ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ମହୋଦଧି କୂଳକୁ ଯାଇ ବନ୍ଦାପନା କରିଥିଲେ। ସମଗ୍ର ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.