ଦୋଷୀ ସାବ୍ୟସ୍ତ ହେଲେ ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ, ୧୦ ବର୍ଷ କାରାଦଣ୍ଡାଦେଶ

ଦୋଷୀ ସାବ୍ୟସ୍ତ ହେଲେ ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ । ୨୦୧୯ ମସିହା ଠକେଇ ମାମଲାରେ ବାଲେଶ୍ଵର ଓପିଆଇଡି କୋର୍ଟ ଉଭୟଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍‌) : ଦୋଷୀ ସାବ୍ୟସ୍ତ ହେଲେ ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ । ୨୦୧୯ ମସିହା ଠକେଇ ମାମଲାରେ ବାଲେଶ୍ଵର ଓପିଆଇଡି କୋର୍ଟ ଉଭୟଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି ୩ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ଆଦେଶ ଦେଇଛନ୍ତି କୋର୍ଟ । ଜରିମାନା ଅନାଦେୟ ୨ ବର୍ଷ ଅଧିକ ହେବ ଜେଲ । ଉଭୟ ଯୋଡ଼ାର ବ୍ୟବସାୟୀ ପ୍ରମୋଦ ରାଉତଙ୍କୁ ୩ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଯୋଜନାରେ ଠକେଇ କରିଥିଲେ ।

ଇଂସ୍ୟୁରାନ୍ସ ପଲିସି ଜରିଆରେ ଠକିିଥିଲେ । କେନ୍ଦ୍ର ଅର୍ଥ ବିଭାଗ ନାଁ ରେ ଫୋନ କରି ଠକେଇର ବ୍ଲୁ ପ୍ରିଣ୍ଟ ରଚିଥିଲେ। ଠକେଇ ପରେ ଅର୍ଥନୈତିକ ଅପରାଧ ଶାଖାର ଦ୍ୱାରସ୍ତ ହୋଇଥିଲେ ବ୍ୟବସାୟୀ ପ୍ରମୋଦ ରାଉତ। ୨୦୨୨ ମାର୍ଚ୍ଚ ୧୫ ହିମାଂଶୁ ଭଣ୍ଡାରୀ ଗିରଫ ହୋଇଥିଲେ। ପରେ ୨୦୨୨ ନଭେମ୍ବର ୧୧ ରେ ବିଜୟ ଭରଦ୍ୱାଜଙ୍କୁ ଗିରଫ କରଯାଇଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା EOW।.