ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ଇଣ୍ଡିଗୋ ବିମାନରେ ହଙ୍ଗାମା, ସିଟ୍ ତଳେ ବୋମା ଥିବା କହିଲେ ଯାତ୍ରୀ
ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ଇଣ୍ଡିଗୋ ବିମାନ 6E 5264 ବିମାନରେ ଥିବା ୨୭ ବର୍ଷୀୟ ଯାତ୍ରୀ ମହମ୍ମଦ ଅୟୁବ ତାଙ୍କ ସିଟ୍ ତଳେ ବୋମା ଥିବା କହିଥିଲେ । ଏହା ପରେ ସମସ୍ତ ଏଜେନ୍ସୀ ଯାଞ୍ଚ କରିଥିଲା । ଯାଞ୍ଚ ପରେ ବିମାନରେ କୌଣସି ପ୍ରକାରର ସନ୍ଦେହଜନକ ବସ୍ତୁ ମିଳିନଥିଲା ।

ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ହଙ୍ଗାମା । ବିମାନରେ ଯାଉଥିବା ଯାତ୍ରୀ ସିଟ୍ ତଳେ ବୋମା ଥିବା କହିବା ପରେ ହଡକମ୍ପ ସୃଷ୍ଟି ହୋଇଥିଲା । ଯାତ୍ରୀଙ୍କ କହିବା ପରେ ସବୁ ଏଜେନ୍ସୀ ଆଲର୍ଟ ମୋଡରେ ରହିଛି ।
ଖବର ମୁତାବକ, ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ଇଣ୍ଡିଗୋ ବିମାନ 6E 5264 ବିମାନରେ ଥିବା ୨୭ ବର୍ଷୀୟ ଯାତ୍ରୀ ମହମ୍ମଦ ଅୟୁବ ତାଙ୍କ ସିଟ୍ ତଳେ ବୋମା ଥିବା କହିଥିଲେ । ଏହା ପରେ ସମସ୍ତ ଏଜେନ୍ସୀ ଯାଞ୍ଚ କରିଥିଲା । ଘଟଣା ବିଷୟରେ ଜାଣିବା ପରେ ବିମାନର ସମୟ ପରିବର୍ତ୍ତନ କରାଯାଇ ବିମାନକୁ ସଂପୂର୍ଣ୍ଣ ଭାବେ ଯାଞ୍ଚ କରାଯାଇଥିଲା ।
ଜଣେ ଅଧିକାରୀଙ୍କ କହିବା ମୁତାବକ, ଯାଞ୍ଚ ପରେ ବିମାନରେ କୌଣସି ପ୍ରକାରର ସନ୍ଦେହଜନକ ବସ୍ତୁ ମିଳିନଥିଲା । ଏୟାରପୋର୍ଟ ପୋଲିସ ଯାତ୍ରୀଙ୍କୁ ଅଟକ ରଖିବା ସହିତ ତାଙ୍କ ବିରୋଧରେ ଆଇପିସି ଧାରା ୫୦୬(୨) ଏବଂ ୫୦୫(୧)(ବି) ଅଧିନରେ ମାମଲା ରୁଜୁ କରିଛି । ତେବେ ଯାତ୍ରୀ ଜଣକ କାହିଁକି ଏମିତି କଲେ ପୋଲିସ ତାଙ୍କର ଯାଞ୍ଚ କରୁଛି ।