ଧର୍ମେନ୍ଦ୍ରଙ୍କ ଜନ୍ମ ଦିନରେ ବାପାଙ୍କ ସହ ପିଲା ବେଳର ଫଟୋ ସେୟାର କଲେ ବବି ଦେଓଲ, ଲେଖିଲେ ଏମିତି କିଛି. . .

ବଲିଉଡର ବରିଷ୍ଠ ଓ ଖ୍ୟାତନାମା ଅଭିନେତା ଧର୍ମେନ୍ଦ୍ର ଆଜି ନିଜର ୮୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏନେଇ ଧର୍ମେନ୍ଦ୍ରଙ୍କୁ ତାଙ୍କର ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲ ମଧ୍ୟ ସୋସିଆଲ ମିଡିଆରେ ଏକ ଥ୍ରୋବ୍ୟାକ୍ ଫଟୋ ପୋଷ୍ଟ କରି ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ବବି ଦେଓଲ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋରେ ଧର୍ମେନ୍ଦ୍ର ଖୁବ୍ ୟଙ୍ଗ୍ ଦେଖାଯାଉଥିବାର ନଜର ଆସିଛନ୍ତି। ଏହି ଫଟୋରେ ବାପ-ପୁଅ ମ୍ୟାଚିଙ୍ଗ୍ କଲର୍ ର ସାର୍ଟ ପିନ୍ଧିଥିବା ବେଳେ ଉଭୟଙ୍କ ଯୋଡ଼ି ଖୁବ୍ କ୍ୟୁଟ୍ ଦେଖାଯାଉଛି। ସୋସିଆଲ ମିଡିଆରେ ବବି ଦେଓଲ ଏହି ଫଟୋ ପୋଷ୍ଟ କରିବା ସହ ଏକ ଇମୋସନାଲ୍ ମେସେଜ୍ ମଧ୍ୟ ଲେଖିଛନ୍ତି। ଏହି ମେସେଜ୍ ରେ ବବି ଲେଖିଛନ୍ତି, ‘‘ ଲଭ୍ ୟୁ ପାପା . . . ହାପ୍ପୀ ବର୍ଥଡେ’’। ଧର୍ମେନ୍ଦ୍ରଙ୍କର ଏହି ଫଟୋକୁ ତାଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ସେୟାର କରିବା ସହ ବହୁତସାରା କମେଣ୍ଟ ମଧ୍ୟ ଦେଇଛନ୍ତି ।

Bobby-Deolଓ୍ଵାର୍କ ଫ୍ରଣ୍ଟ କଥା କହିବାକୁ ଗଲେ ବବି ଦେଓଲ ଏବେ େଓ୍ଵବ ସିରିଜ୍ ଆଶ୍ରମକୁ ନେଇ ଚର୍ଚ୍ଚାରେ ରହିଛନ୍ତି। MX ପ୍ଲେୟରର ଏହି ଚର୍ଚ୍ଚିତ େଓ୍ଵବ ସିରିଜ୍ ରେ ବବି ଦେଓଲ ଢୁଙ୍ଗି ବାବା ଚରିତ୍ରରେ ଅଭିନୟ କରିଛନ୍ତି । ଏହି ସିରିଜ୍ ର ପ୍ରଥମ ଏବଂ ଦ୍ୱିତୀୟ ପାର୍ଟ ଖୁବ୍ ଲୋକପ୍ରିୟ ହୋଇଛି ଏବଂ ବର୍ତ୍ତମାନ ଫ୍ୟାନ୍ସମାନେ ଏହାର ତୃତୀୟ ପାର୍ଟକୁ ଅପେକ୍ଷା କରି ରହିଛନ୍ତି। ଏହି ସିରିଜ୍ ରେ ବବିଙ୍କ କାମକୁ ଖୁବ୍ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.