ଭାରତୀୟ ଯବାନଙ୍କୁ ପରିହାସ କରି ହରଡ଼ଘଣାରେ ବଲିଉଡ ଅଭିନେତ୍ରୀ ରିଚା ଚଢ଼ା, ଅକ୍ଷୟ କୁମାର ଦେଲେ ଜବାବ

କେନ୍ୟୁଜ୍: ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ଏବେ ବିବାଦରେ ଫସି ଯାଇଛନ୍ତି । ଭାରତୀୟ ଯବାନଙ୍କୁ ଟ୍ଵିଟରରେ ପରିହାସ କରି ଏବେ ସମସ୍ତଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଜୋରଦାର ବିରୋଧ ପରେ ସେ ଭୁଲ ମାଗିଛନ୍ତି । ତା ପରେ ବି ବିବାଦ ଥମିବାରେ ନାଁ ନେଉନାହିଁ ।
ରିଚା କାହିଁକି ବିବାଦରେ ଫସିଲେ ?
ରିଚା ଚଢ଼ା ଉତ୍ତର ସେନାର କମାଣ୍ଡର ଜେନେରାଲ ଲେଫ୍ଟନାଣ୍ଟ ଉପେନ୍ଦ୍ର ଦ୍ୱିବେଦୀଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଥିଲେ । ଲେଫ୍ଟନାଣ୍ଟ ଦ୍ୱିବେଦୀ ଟ୍ଵିଟ୍ କରି ଲେଖିଥିଲେ,‘ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ଫେରେଇ ଆଣିବା ପାଇଁ ପ୍ରସ୍ତୁତ ଅଛି । କେବଳ ଭାରତ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ । ଆମେ ଖୁବ୍ ଶୀଘ୍ର ଅପରେସନ ଆରମ୍ଭ କରିବାକୁ ଯାଉଛୁ’ । ତାପରେ ରିଚା ଚଢ଼ା ଯେଉଁ କଥା କହିଲେ ସାରା ହିନ୍ଦୁସ୍ତାନରେ ଘୋର ବିରୋଧ ହୋଇଛି । ରିଚା ଚଢ଼ା ସେନା ଅଧିକାରୀଙ୍କୁ ରି-ଟ୍ଵିଟ୍ କହିଥିଲେ ‘ହାଏ ଗଲଓ୍ଵାନ’ ଏହି କଥା ଭାରରତୀୟଙ୍କୁ ଭଲ ଲାଗି ନଥିଲା । ତା ପରେ ସୋସିଆଲ ମିଡିଆରେ ଭୟଙ୍କର ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ୟୁଜରମାନେ କହିଥିଲେ ଗଲଓ୍ଵାନରେ ସହୀଦ ହୋଇଥିବା ଆମ ଯବାନମାନଙ୍କୁ ଅପମାନ କରିଛନ୍ତି ରିଚା । ତାପରେ ରିଚା ନିଜର ଟ୍ଵିଟ୍କୁ ଡିଲିଟ୍ କରିଥିଲେ । କିନ୍ତୁ ତା ପରେ ବି ବିବାଦ ଥମି ନଥିଲା ।
କ୍ଷମା ମଗିଲେ ରିଚା ଚଢ଼ା:
ଏତେ ସବୁ ଘଚଟଣା ପରେ ରିଚା ଟ୍ଵିଟ୍ କରି କ୍ଷମା ପ୍ରାର୍ଥନା କରିଥିଲେ । ସେ କହିଥିଲେ ମୋର କହିବାର ଉଦ୍ଦେଶ୍ୟ ସେନାଙ୍କୁ ଅପମାନ କରିବା ନଥିଲା । ମୋର କଥା ଯଦି କାହାକୁ କଷ୍ଟ ଦେଇଥାଏ, ତେବେ ମୁଁ କ୍ଷମା ମାଗୁଛି’ । ସେ ଆହୁରି କହିଥିଲେ ମୋର ଜେଜେ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଥିଲେ, ଭାରତ-ଚୀନ ଯୁଦ୍ଧରେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା । ମୋର ମାମୁଁ ମଧ୍ୟ ପାରାଟ୍ରୁପରରେ ଥିଲେ । ଆମ ସେନାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି । ସେନାର ଭାବପ୍ରବଣତା ମୋର ରକ୍ତରେ ଅଛି । ଯେତେବେଳ ଜଣେ ସହିଦ ହୁଏ ତାଙ୍କ ପରିବାର ପୁରା ପ୍ରଭାବିତ ହୋଇଥାଏ । ପୁଣି ଯଦି କେହି ଆହତ ହୁଅନ୍ତି ସେ ବହୁତ ଯନ୍ତ୍ରଣା ଦେଇଥାଏ ।
ରିଚାଙ୍କୁ କଣ କହିଲେ ଅକ୍ଷୟ:
ଅକ୍ଷୟ କୁମାର ରିଚାଙ୍କ ଟ୍ଵିଟ୍ କୁ ସ୍କ୍ରୀନ୍ସଟ୍ ନେଇ ଟ୍ଵିଟ୍ କରି କହିଥିଲେ, ‘ଏହା ଦେଖି ବହୁତ ଦୁଃଖ ଲାଗୁଛି, ଆମ ସେନାଙ୍କର ବଳିଦାନକୁ କେହି ଭୁଲିବା କଥା ନୁହେଁ ସେମାନେ ଅଛନ୍ତି ବୋଲି ଆମେ ଆଜି ଅଛୁ’।
ବିବେକ ଅଗ୍ନିହୋତ୍ରୀ ବି ଦେଇଥିଲେ ମନ୍ତବ୍ୟ:
‘ଦ କାଶ୍ମୀର ଫାଇଲ’ର ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ବି କଡ଼ା ସମାଲୋଚନା କରିଥିଲେ । ସେ ମଧ୍ୟ ରିଚାଙ୍କ ଟ୍ଵିଟ୍ର ସ୍କ୍ରୀନ୍ସଟ୍କୁ ନେଇ ପୋଷ୍ଟ କରିଥିଲେ । ସେ କହିଥିଲେ ଏହି ବ୍ୟବହାରକୁ ନେଇ ମୁଁ ଜମାରୁ ବିବ୍ରତ ନୁହେଁ । ସେ ପ୍ରକୃତରେ ଆଣ୍ଟି-ଇଣ୍ଡିଆ ଫିଲ୍ କରୁଛନ୍ତି ତେଣୁ ମନର କଥା ମୁହଁକୁ ଆପେ ଆପେ ଆସିଗଲା । କିନ୍ତୁ ଏମାନେ କହୁଛନ୍ତି ଲୋକମାନେ ବଲିଉଡକୁ କାହିଁକି ବୟକଟ କରୁଛନ୍ତି ।
I am not surprised at all with this behaviour. They genuinely feel anti-India. Dil ki baat jubaan pe aa hi jaati hai.
And then they ask why people want to #BoycottBollywood #Shame pic.twitter.com/Y9GgOxDUjs— Vivek Ranjan Agnihotri (@vivekagnihotri) November 24, 2022