Below header

ଏୟାରପୋର୍ଟରେ ଖୁବ ଜୋରରେ ରାଗି ଗଲେ ବଲିଉଡ ଅଭିନେତ୍ରୀ ଜୁହି ଚାଓ୍ଵଲା, କାହିଁକି ଜାଣନ୍ତୁ

ଏୟାରପୋର୍ଟରେ ଖୁବ ଜୋରରେ ରାଗିଗଲେ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ ଇଣ୍ଡିଆ ଜୁହି ଚାଓ୍ଵାଲା । ଖାଲି ସେତିକି ନୁହେଁ ଏୟାରପୋର୍ଟ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ୯୦ ଦଶକର ଏହି ସୁନ୍ଦରୀ ଅଭିନେତ୍ରୀ ଜଣଙ୍କ । ବିମାନ ବନ୍ଦର ସ୍ୱାସ୍ଥ୍ୟ କ୍ଲିୟରାନ୍ସ ସମୟରେ ଅଧିକ ସମୟ ଲାଗିବାରୁ ଏହାକୁ ନେଇ ଜୁହି ଚାଓ୍ଵଲା ବ୍ୟତିବ୍ୟସ୍ତ ହେବା ସହ ଅଧିକାରୀଙ୍କ ଉପରେ ଖୁବ ଜୋରରେ ବିରକ୍ତ ହୋଇଥିଲେ । ଜୁହିଙ୍କ ଅନୁଯାୟୀ, ବିମାନରୁ ସମସ୍ତ ଯାତ୍ରୀ ମାନେ ଅବତରଣ କରିବା ପରେ ସେମାନଙ୍କୁ କେବଳ ଯାଞ୍ଚ ପାଇଁ ହିଁ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡ଼ୁଛି । ନିୟୋଜିତ ଅଧିକାରୀ ମାନଙ୍କ କର୍ମତାତ୍ପରତାରେ ଅଭାବ କାରଣରୁ ହେଉ ଅବା କମ ସଂଖ୍ୟକ ଅଧିକାରୀ ନିୟୋଜିତ ହୋଇଥିବା କାରଣରୁ ଯାତ୍ରୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ନେଇ ଅଭିଯୋଗ ଆଣିଛନ୍ତି ଜୁହି ଚାୱଲା ।

ଏଣୁ ବିମାନବନ୍ଦରରେ ଅଧିକ ସଂଖ୍ୟକ ଅଧିକାରୀ ଓ କାଉଣ୍ଟର ନିୟୋଜିତ କରିବାକୁ ସେ ଅନୁରୋଧ କରିଛନ୍ତି । ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଓ ସରକାରଙ୍କୁ ମଧ୍ୟ ଆବେଦନ କରିଛନ୍ତି । ବିମାନ ପରେ ବିମାନ ଆସୁଛି । ଖାଲି ସେତିକି ନୁହେଁ ଏହାକୁ ଏକ ଅତ୍ୟନ୍ତ ଦୁଃଖଦାୟକ ଓ ଲଜ୍ଜାଜନକ ଘଟଣା ବୋଲି ମଧ୍ୟ କହିଛନ୍ତି । ପ୍ରକୃତରେ ଦୁବାଇରୁ ଫେରୁଥିବା ବେଳେ ବିମାନବନ୍ଦରରେ ହଟହଟାର ସାମ୍ନା କରିଥିଲେ ଜୁହି । ଫଳରେ ଏହାକୁ ନେଇ ଖୁବ ରାଗି ଯାଇଥିଲେ । ଆଉ ଏହି ଘଟଣାକୁ ନେଇ ନିଜ ଟୁଇଟର ପେଜରେ ସେ ଭିଡ଼ିଓ ପୋଷ୍ଟ କରିଥିଲେ । କହିରଖିବା ଉଚିତ ହେବକି, ୧୯୮୪ ମସିହାରେ ମିସ ଇଂଡିୟା ହେବା ପରେ ୧୯୮୬ରେ “ସଲତନତ” ଜରିଆରେ ବଲିଉଡରେ ପାଦ ଥାପିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.