ଏପରି କ୍ଵାରେଣ୍ଟାଇନ ହୋମରେ ରହୁଛନ୍ତି ବଲିଉଡ ଫ୍ୟାସନ କୁଇନ ସୋନମ କପୁର

ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କୁ ଅନେକ ସମୟରେ ବିଭିନ୍ନ ସୋସିଆଲ ମିଡିଆ ଗୁଡିକରେ ସକ୍ରିୟ ରହୁଥିବାର ଦେଖାଯାଏ । ଅଧିକାଂଶ ସମୟରେ ସେ ନିଜ ଫ୍ୟାନ୍ସ ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଫଟୋ ଓ ଭିଡିଓ ଗୁଡିକୁ ମଧ୍ୟ ସେୟାର କରିଥାନ୍ତି । ଗତ ମାର୍ଚ୍ଚ ମାସ ଲଣ୍ଡନରୁ ଫେରି ବର୍ତ୍ତମାନ ସମୟରେ ସୋନମ ନିଜ ପତିଙ୍କ ସହ ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି । ବିଦେଶରୁ ଫେରିଥିବାରୁ ସୋନମଙ୍କୁ ହୋମ କ୍ଵାରେଣ୍ଟିଂନରେ ରହିବାକୁ ପଡୁଛି । ଏହି ଦିନ ଭିତରେ ସୋନମ ନିଜ ଆଲିଶାନ ଘରର କେତେ ଗୁଡିଏ ଫଟୋ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ସହ ସେ ଏକ ଭଲ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି ।

sonam new

ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ନିଜ ବେଡ଼ରୁମ ଫଟୋ ସେୟାର କରିବା ସହ କ୍ୟାପ୍ସନରେ ଲେଖିଛନ୍ତି, “କ୍ଵାରେଣ୍ଟିଂନ କା ସ୍ନାପସଟ” । ଏହା ସହ ସୋନମ ନିଜ ଲିଭିଂଗ ରୁମ, ରୋଷେଇ ଘର, ଷ୍ଟଡ଼ି ରୁମ, ଗାର୍ଡେନ ଆଦିର ଫଟୋ ମଧ୍ୟ ସମସ୍ତଙ୍କ ସହ ସେୟାର କରିଛନ୍ତି । ସୋସିଆଲ ମିଡ଼ିଆରେ ସେୟାର କରିଥିବା ଏହି ଫଟୋ ଗୁଡିକରେ ସ୍ୱାମୀ ଆନନ୍ଦ ଆହୁଜା ମଧ୍ୟ ବିଭିନ୍ନ କାମ କରୁଥିବାର ନଜର ଆସିଛନ୍ତି । ସୋନମଙ୍କ ଏହି ଫଟୋ ଗୁଡିକ ଖୁବ ତୀବ୍ର ଭାବେ ଭାଇରଲ ହେବାରେ ଲାଗିଛି । ଆପଣଙ୍କୁ କହି ରଖିବା ଉଚିତ ହେବକି, ଚଳିତ ବର୍ଷ ଏହି ଦମ୍ପତ୍ତି ନିକଟରେ ନିଜ ବିବାହର ଦ୍ଵିତୀୟ ବାର୍ଷିକୀ ପାଳନ କରିଛନ୍ତି ।

ଏହି ଅବସରରେ ସୋନାମ ନିଜ ପତିଙ୍କୁ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ଚୌଡା ପୋଷ୍ଟ ଲେଖି ଏକ ଖାସ ଅନ୍ଦାଜରେ ଶୁଭେଚ୍ଛା ଜଣାଇଥିଲେ । କହିରଖିବା ଉଚିତ ହେବକି ଦୁଇ ବର୍ଷ ତଳେ ୨୦୧୮ ମସିହା ମେ ୮ ତାରିଖରେ ହିଁ ଏଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ନିଜ ପତିଙ୍କ ଉଦ୍ଦେଶ୍ୟରେ ସୋନାମ ଲେଖିଥିଲେ କି, “ଆନନ୍ଦ ଆହୁଜା, ମୁଁ ଆପଣଙ୍କ ତୁଳନା କାହା ସହ କରିପାରିବି ନାହିଁ ।ତମ ଦୟା, କରୁଣା, ଉଦାରତା ଓ ସ୍ମାର୍ଟନେସ ଗୁଣ ଗୁଡିକ ଖୁବ ଆକର୍ଷଣୀୟ । ଦୀର୍ଘ ଚାରି ବର୍ଷ ଧରି ମୋ ପାର୍ଟନର ହୋଇ ମୋତେ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.