ସୁଟିଂ ସମୟରେ ମୃତ୍ୟୁ ନିକଟକୁ ଯାଇ ସାରିଛନ୍ତି ଏହି ୫ ତାରକା : ଅଳ୍ପକେ ବଂଚିଛି ଜୀବନ

ବଲିଉଡ୍ ସିନେମାର ଅକ୍ସନ ସିନ୍ ଦେଖିବା ପାଇଁ ଆମକୁ ଯେତେ ମଜା ଆସିଥାଏ ସେତିକି ହିଁ ଏହା କରିବା ବିପଦଜ୍ଜନକ ହୋଇଥାଏ । ଏମିତି ଏମିତି ସିନ୍ ସୁଟ୍ ହୋଇଥାଏ ଯାହା କରିବା ଦ୍ବାରା ଆକ୍ଟରଙ୍କ ଜୀବନ ଯାଇବି ପାରେ । ଆଜି ଆମେ ଆପଣଙ୍କୁ ଏମିତି ଷ୍ଟାରଙ୍କ ବିଷୟରେ ଜଣାଇବୁ ଯେଉଁମାନଙ୍କର ଜୀବନ ସୁଟିଙ୍ଗ୍ ସମୟରେ ଯାଉ ଯାଉ ବଞ୍ଚିଯାଇଛି ।

ଅାମୀର ଖାନ୍ : ସିନେମା ଗୁଲାମର ଏକ ସିନରେ ଅାମୀର ଖାନଙ୍କୁ ଟ୍ରେନ୍ ସାମ୍ନାରେ ଡେଇଁବାର ଥିଲା । ଯେତେବେଳେ ଟ୍ରେନଟି ତାଙ୍କ ପାଖକୁ ଆସିଯାଇଥିଲା ସେତେବେଳେ ଅମିର ସେଠାରୁ ଡେଇଁ ପଡିଥିଲେ ନଡେଇଁ ଥିଲେ ଅମିରଙ୍କ ଜୀବନ ଆଜି ନଥାନ୍ତା ।

ଜନ୍ ଆବ୍ରାହମ୍ : ଫିଲ୍ମ ସୁଟ୍ ଆଉଟ୍ ଆଟ୍ ଓ୍ୱଡଲା ସିନେମା ସୁଟିଙ୍ଗ୍ ସେଟରେ ଅନିଲ କପୁର ଜନଙ୍କୁ ଗୁଳି ମାରିବାର ସିନ୍ ଥିଲା । ଯଦିଓ ଗୁଳିଟି ନକଲି ଥିଲା କିନ୍ତୁ ଏକ ନିଶ୍ଚିତ ଦୂରତାରୁ ଏହାକୁ ମାରିବାର ଥିଲା । ମାତ୍ର ୧.୫ ଫୁଟ ଦୂରରୁ ଏହି ଗୁଳି ଚଳାଇଥିଲେ ଅନୀଲ୍ । ଯାହା ଫଳରେ ସେହି ଗୁଳିଟି ଜନଙ୍କ ଶରୀରରେ ବାଜି ସେ ମରଣ ମୁହଁରୁ ବଂଚିଥିଲେ ।

ଅମିତାଭ ବଚ୍ଚନ : ସିନେମା କୁଲିରେ ଏକ ଆକ୍ସନ୍ ସିନ୍ ଥିଲା ଯେଉଁଥିରେ  ବଲିଉଡ୍ ଶେହେନ୍ସା ଅର୍ଥାତ୍ ଅମିତାଭ୍ ବଚ୍ଚନଙ୍କୁ ପଂଚ୍ ମାରୁଛନ୍ତି ପୁନିତ୍ ଇସର । କିନ୍ତୁ ଭୁଲରେ ମାଡ ହେବାରୁ ଅମିତାଭଙ୍କ ଶରୀର ଭିତରୁ ରକ୍ତ ବାହାରିଥିଲା । ଏଥିରେ ବିଗ୍ ବିଙ୍କ ଜୀବନ ଚାଲିଯାଇପାରିଥାନ୍ତା ।

ହ୍ରିତିକ୍ ରୋଶନ୍ : ସେହିପରି କ୍ରିଶ୍ ସିନେମା ସୁଟିଂ ସମୟରେ ମରଣ ମୁହଁରୁ ବଂଚିଛନ୍ତି ହ୍ରିତିକ୍ ରୋଶନ୍ । ଏହି ସିନେମାର ଏକ ସିନରେ ହ୍ରିତିକଙ୍କୁ ତାରରେ ବାନ୍ଧି ୨୦୦ ମିଟର ଉପରେ ଉଡାଯାଉଥିଲା । କିନ୍ତୁ ହଠାତ୍ ତାରଟି ଛିଡିଯିବାରୁ ସିଧା ତଳେ ପଡିଯାଇଥିଲେ ହ୍ରିତିକ୍ । ତେବେ ଏକ ସେଡ୍ ଉପରେ ପଡିବାରୁ ତାଙ୍କର ଜୀବନ ବଂଚିଯାଇଥିଲା ।

ଐଶ୍ବର୍ୟା ରାୟ ବଚ୍ଚନ : ବଲିଉଡର ସବୁଠାରୁ ସୁନ୍ଦରୀ ନାୟିକା ଐଶ୍ବର୍ୟା ରାୟ ବଚ୍ଚନ ସିନେମା ଖାକିର ସୁଟିଙ୍ଗ ସମୟରେ ଏକ ର୍ଦୁଘଟଣା ଘଟିଥିଲା । ସୁଟିଂ ସମୟରେ ଏକ କାର୍ ସହ ତାଙ୍କର ଦୁର୍ଘଟଣା ହୋଇଯାଇଥିଲା । ଯେଉଁଥିରେ ତାଙ୍କର ଗୋଡ ଭାଙ୍ଗିଯାଇଥିଲା । ଏବଂ ଦୀର୍ଘ ଦିନ ଯାଏଁ ବେଡ୍ ରେଷ୍ଟ ନେବାକୁ ପଡିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.