Below header

ଗଞ୍ଜାମରେ ମୃତ୍ୟୁକୁ ନେଇ ଉତ୍ତେଜନା

ଗଞ୍ଜାମ : ହିଞ୍ଜିଳିକାଟୁ ଥାନା ବ୍ରାହ୍ମଣଛାଇ ଗାଁରେ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଫଳରେ ଗାଁରେ ୨ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଚି। ଗତକାଲି ବୁଲୁ ପ୍ରଧାନ ନାମକ ଜଣେ ଯୁବକଙ୍କୁ ୭ରୁ ୮ଜଣ ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। ବୁଲୁ ଓ ଅନ୍ୟ ଜଣେ ଗାଁର ଦେଶୀ ମଦ ଭାଟି ନିକଟରେ ଠିଆ ହୋଇଥିବାବେଳେ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଉଭୟଙ୍କୁ ପ୍ରଥମେ ହିଞ୍ଜିଳି ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବୁଲୁଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଆହତ ବନାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି । ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.