ଭାଲେଣ୍ଟାଇନ ଡ଼େ’ କୁ ଉତ୍ତରାଖଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଉତ୍ସର୍ଗ କରିବେ ଏହି ସଂଗୀତଜ୍ଞ, ଫଣ୍ଡ କରି ଏକାଠି କରିବେ ପଇସା

ଉତ୍ତରାଖଣ୍ଡରେ ଘଟିଥିବା ମହାପ୍ରଳୟ ପୁଣି ଥରେ ଲୋକଙ୍କୁ ଯେମିତି ହତବାକ କରିଦେଇଛି । ସାଧାରଣ ଲୋକଙ୍କ ସମେତ ସେଲିବ୍ରିଟି ମାନେ ଏମିତି ଏକ ଦୁଃସମୟରେ ଲୋକଙ୍କ ପାଇଁ ଈଶ୍ବରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି । ବଲିଉଡକୁ ଅନେକ ହିଟ ଗୀତ ଦେଇଥିବା ଗାୟକ ଜୁବିନ ନୌଟିଆଲ ବି ଏମିତି ଏକ ସମୟରେ ଲୋକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି । ପୀଡିତଙ୍କ ପାଇଁ ଏକ ସହାୟତା ଫଣ୍ଡ ଗଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଉ ଏଥିପାଇଁ ସେ ଭ୍ୟାଲେଣ୍ଟୀନ ଡ଼େ’ ଚୟନ କରିଛନ୍ତି । ଏଥିପାଇଁ ସେ ଏକ ରୁଫ ଟଫ କନ ସର୍ଟର ଆୟୋଜନ କରିଛନ୍ତି । ଏହି କନସର୍ଟରୁ ମିଳୁଥିବା ଆୟକୁ ଉତ୍ତରାଖଣ୍ଡ ପୀଡିତାଙ୍କ ଉଦ୍ଦେଶ୍ୟରେ ଉପଯୋଗ କରିବେ ।

ଏବାବଦରେ ଏକ ସାକ୍ଷାତକାର ସମୟରେ ଜୁବିନ କହିଛନ୍ତିକି, ଦୁନିଆକୁ ଦେବା ପାଇଁ ମୋ ପାଖରେ କେବଳ ଗୋଟିଏ ହିଁ ଜିନିଷ ଅଛି ତାହା ହେଉଛି ମ୍ୟୁଜିକ । ଆଉ ଏହା ସାହାଯ୍ୟରେ ହିଁ ସେ ପୀଡିତ ମାନଙ୍କ ସାହାଯ୍ୟ କରିପାରିବେ । ଜୁବିନଙ୍କ ଏହି ପଦକ୍ଷେପକୁ ଦେଶ ବିଦେଶରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

କହିରଖିବା ଉଚିତ ହେବକି, ନୋଟିୟାଲ ହେଉଛନ୍ତି ଉତ୍ତରାଖଣ୍ଡର ମୂଳ ବାସିନ୍ଦା । ସେଠିକାର ଅଧିବାସୀ ହୋଇଥିବାରୁ ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକେ କିପରି ଦୁର୍ଦ୍ଦଶାର ସାମ୍ନା କରୁଛନ୍ତି ଏହାକୁ ସେ ଅଙ୍ଗେ ନିଭେଇଥିବା ମଧ୍ୟ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିକି, ବୁନ୍ଦା ବୁନ୍ଦାରୁ ହିଁ ସମୁଦ୍ରର ସୃଷ୍ଟି ହୋଇଥାଏ । ଏମିତି ପରିସ୍ଥିତିରେ ସହାୟତା ଆକାରରେ ମିଳିଥିବା ଗୋଟିଏ ଟଙ୍କା ବି ଖୁବ ଦରକାରରେ ଆସିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.