Below header

ଆଜି ରୁଟି କିମ୍ବା ପରଟାରେ ବନାନ୍ତୁ ପନୀର ମଖମଲୀ, ଟେଷ୍ଟରେ ଏକଦମ୍‌ ବେଷ୍ଟ

ନିରାମିଶ ରେସିପି କଥା କହିଲେ ଆମ ମନକୁ ପ୍ରଥମେ ପନୀର କଥା ଆସେ। ପନୀରର ସବୁ ରେସିପି ଏକଦମ୍‌ ବଢ଼ିଆ ସ୍ୱାଦ ଦେଇଥାଏ। ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ପନୀରର ଏକ ବଢ଼ିଆ ରେସିପି, ଯାହାର ନାମ ହେଉଛି ପନୀର ମଖମଲୀ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨ କପ୍‌ ପନୀର (ବଡ ସାଇଜର କଟା ହୋଇଥିବା)
  • ୧ ଟେବୁଲ ଚାମଚ ବଟର
  • ଏକ ଟେବୁଲ ଚାମଚ ରାଶି
  • ୩ଟି ପିଆଜ (ସ୍ଲାଇସ୍‌ ହୋଇ କଟରା ହୋଇଥିବା)
  • ଅଧା କପ୍‌ କ୍ଷୀର
  • ଲୁଣ (ସ୍ୱାଦାନୁସାରେ)
  • ଅଳ୍ପ ଅନିୟନ ରିଙ୍ଗ୍ସ (ଗାର୍ନିସ କରିବା ପାଇଁ)
  • ଗ୍ରୀନ ପେଷ୍ଟ ବନାଇବା ପାଇଁ (ଗ୍ରାଇଣ୍ଡିଂ କରି ପେଷ୍ଟ ବନାନ୍ତୁ)
  • ୨ କପ୍‌ ଧନିଆ ପତ୍ର
  • ୧/୨ କପ୍‌ ପୁଦିନା ମାତ୍ର
  • ୩-୪ କପ୍‌ କଞ୍ଚା ଲଙ୍କା
  • ୧/୪ କପ୍‌ ଦହି ଏବଂ କାଜୁ
  • ଅଦା (ଗୋଟେ ଖଣ୍ଡ)
  • ୪,୫ଟି ରସୁଣ କୋଲା
  • ଲୁଣ ଏବଂ ଲେମ୍ବୁ ରସ (ସ୍ୱାଦାନୁସାରେ)

ପ୍ରସ୍ତୁତି ପ୍ରଣାଳୀ

  1. ଗ୍ରୀନ ପେଷ୍ଟ ବନାଇବା ପାଇଁ ପନୀର ଖଣ୍ଡକୁ ମ୍ୟାରିନେଟ୍‌ କରି ୨୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ।
  2. ପ୍ୟାନରେ ତେଲ ଏବଂ ବଟର ଗରମ କରି କଟା ପିଆଜ ପକାଇ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଆଞ୍ଚରେ ଭାଜି ଦିଅନ୍ତୁ।
  3. ମ୍ୟାରିନେଟ୍‌ ପନୀର, କ୍ଷୀର, ଗରମ ମସଲା ପାଉଡର ଏବଂ ଳୁଣ ପକାଇ ଦୁଇ ରୁ ତିନି ମିନିଟ୍‌ ପର୍ଯ୍ୟନ୍ତ ଚଲାନ୍ତୁ।
  4. ଏବେ ଅନିୟନ ରିଙ୍ଗ୍ସରେ ଗାର୍ନିସ କରି ବଟର ନାନ୍‌ କିମ୍ବା ପରାଠା ସହିତ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.