Below header

କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ; ଯୌନ ଶୋଷଣ ନେଇ ଅଭିଯୋଗ ଆଣିଥିଲେ ମହିଳା ସହକର୍ମୀ

କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ୨୦୨୦ରେ ରୁଜୁ ହୋଇଥିବା ଯୌନ ଶୋଷଣ ଏବଂ ପିଛା କରିବା ମାମଲାରେ ପୋଲିସ ଚାର୍ଜସିଟ୍‌ ଦାଖଲ କରିଛି। ତାଙ୍କ ବିରୋଧରେ ଜଣେ ମହିଳା କୋ-ଡ୍ୟାନ୍ସର ଏହି ଅଭିଯୋଗ ଆଣିଥିଲେ। ଗଣେଶ ଆଚାର୍ଯ୍ୟଙ୍କ ସହ ତାଙ୍କର ଜଣେ ଆସିଷ୍ଟାଣ୍ଟଙ୍କ ବିରୋଧରେ ଆଇପିସି ଧାରା ଅଧୀନରେ ମାମଲା ରୁଜୁ କରାଯାଇଥିଲା। ମାମଲାର ତଦନ୍ତକାରୀ ଅଧିକାରୀ ସନ୍ଦୀପ ଶିନ୍ଦେ କହିଛନ୍ତି ଯେ ଅନ୍ଧେରୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି।

ଗଣେଶ ଆଚାର୍ଯ୍ୟ ଓ ତାଙ୍କ ଆସିଷ୍ଟାଣ୍ଟଙ୍କ ବିରୋଧରେ ଧାରା ୩୫୪-ଏ (ଯୌନ ଉତ୍ପୀଡ଼ନ), ୩୫୪-ସି, ୩୫୪-ଡି (ପିଛା କରିବା), ୫୦୯ (ମହିଳାଙ୍କ ମର୍ଯ୍ୟାଦାର ଅପମାନ କରିବା), ୩୨୩ (ଆଘାତ ଦେବା), ୫୦୪ (ଜାଣିଶୁଣି ଅପମାନ ଦେବା), ୫୦୬ (ଆପରାଧିକ ଧମକ) ଏବଂ ୩୪ (ଅପରାଧ କରିବାର ମନୋଭାବ) ଅନୁଯାୟୀ ମାମଲା ରୁଜୁ ହୋଇଛି।

ତେବେ ଏହି ମାମଲାରେ ଗଣେଶ ଆଚାର୍ଯ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଯେଉଁ ସମୟରେ ମହିଳା ସହକର୍ମୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ, ସେତେବେଳେ ଗଣେଶ ଏହାକୁ ଅସ୍ୱୀକାର କରିଥିଲେ। ୨୦୨୦ ଫେବୃଆରୀରେ ତାଙ୍କ ଲିଗାଲ୍ ଟିମ୍‌ ଏ ନେଇ ମାନହାନି ମକଦ୍ଦମା କରିବ ବୋଲି କହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.