Below header

ଡ୍ଯାନ୍ସ ପ୍ଲସ-୪ ର ବିଜେତା ସାଜିଲେ ଚେତନ ସଲୁଖେ, ଟ୍ରଫି ସହ ମିଳିଲା ୨୫ ଲକ୍ଷ ଟଙ୍କା

ମୁମ୍ବାଇ : ଡ୍ୟାନ୍ସ ରିଆଲିଟି ଶୋ ଡ୍ୟାନ୍ସ ପ୍ଳସ୍- ୪କୁ ଦର୍ଶକ ଖୁବ ମାତ୍ରାରେ ପସନ୍ଦ କରିଥାନ୍ତି। ଗତ ରାତିରେ ଏହି ଶୋର ଫାଇନାଲ ଏପିସୋଡ଼ ରହିଥିଲା। ଫିନାଲେରେ ମୁହଁମୁହିଁ ହୋଇଥିଲେ ବର୍ତ୍ତିକା ଝା, ବି ଅନବିଟେବଲ, ସୁଜାନ-ଆଞ୍ଚଳ ଏବଂ ଚେତନ ସଲୁଖେ। ଏମାନଙ୍କ ମଝିରେ ହୋଇଥିଲା ଯୋରଦାର ମୁକାବଲା । କିନ୍ତୁ ଶେଷକୁ ବାଜି ମାରି ନେଇଥିଲେ ଚେତନ।

Chetan-Salunkhe

ଚେତନଙ୍କୁ ଶୋର ବିଜେତା ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପୁରସ୍କାର ଅର୍ଥ ମିଳିଛି। ସେହିପରି ବର୍ତ୍ତିକା ସିଜନର ଥାର୍ଡ଼ ଫାଇନାଲିଷ୍ଟ ହୋଇଥିବା ବେଳେ ଦ୍ବୀତିୟ ସ୍ଥାନରେ ରହିଛନ୍ତି ସୁଜାନ ଏବଂ ଆଞ୍ଚଲ।

dance-plus-4-

ଏହି ସିଜନକୁ ରାଘମ ଜୁୟାଲ ଏବଂ ସୁଗନ୍ଧା ମିଶ୍ରା ମିଳିତ ଭାବେ ହୋଷ୍ଟ କରିଥିବା ବେଳେ ବିଚାରକ ଭାବେ ନଜର ଆସିଥିଲେ କୋରିଓଗ୍ରାଫର ରେମୋ ଡିସୁଜା , ପୁନିତ ପାଠକ, ଶକ୍ତି ମୋହନ ଏବଂ ଧର୍ମେଶ ୟେଲାଣ୍ଡ। ଫିନାଲେରେ ଅତିଥି ଭାବେ ନଜର ଆସିଥିଲେ ବଲିଉଡ଼ର ସୁପରଷ୍ଟାର ମାଧୁରୀ ଦିକ୍ଷୀତ ଏବଂ ଅନିଲ କପୁର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.