Below header

ସ୍ତ୍ରୀକୁ ଜିତାଇବା ପାଇଁ ପୂରା ଗାଁକୁ ଟଙ୍କା ବାଣ୍ଟିଥିଲେ ସ୍ବାମୀ, ହାରିବା ପରେ ଏବେ ଚାଲିଛି ଅସୁଲି

ଆମେ ପ୍ରାୟ ସମସ୍ତେ ଶୁଣିଥାନ୍ତି ନିର୍ବାଚନ ସମୟରେ ଭୋଟର ମାନଙ୍କୁ ଟଙ୍କା ବଣ୍ଟା ଯାଇଥାଏ। କିନ୍ତୁ କଣ ଆପଣ ଶୁଣିଛନ୍ତି ଜଣେ ନେତା ନିର୍ବାଚନ ହାରିବା ପରେ ଭୋଟର ମାନଙ୍କ ଠାରୁ ଟଙ୍କା ଫେରାଇ ଦେବାକୁ ଦାବି କରୁଛନ୍ତି। ଏମିତି ଏକ ଘଟଣା ତେଲେଙ୍ଗାନା ସହର ସୂର‌୍ୟ୍ୟପେଟ ଜିଲ୍ଲାରେ ଏକ ଗାଁରେ ଘଟିଛି। ଏଠାରେ ପ୍ରଭାକର ନାମକ ଜଣେ ବ୍ୟକ୍ତି ମତଦାତାଙ୍କୁ ଟଙ୍କା ଫେରାଇ ଦେବା କଥା କହୁଥିବାର ଭିଡିଓ ଭାଇରାଲ ହୋଇଛି।

କୁହାଯାଉଛି ଯେ ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀଙ୍କୁ ଗାଁରେ ହେଉଥିବା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା କରାଇଥିଲେ। ସ୍ତ୍ରୀକୁ ଜିତାଇବା ପାଇଁ ୬୭୦ ମତଦାତାଙ୍କୁ ୩୦୦ ରୁ ୬୦୦ ଟଙ୍କା ଲେଖାଏଁ ବାଣ୍ଟିଥିଲେ। କିନ୍ତୁ ଭୋଟର ମାନେ ତାଙ୍କ ଠାରୁ ଅଧିକ ଚାଲାକ ବାହାରିଲେ। ଲୋକମାନେ ତାଙ୍କ ଠାରୁ ଟଙ୍କା ତ ନେଇଗଲେ ହେଲେ ନିର୍ବାଚନରେ ପ୍ରଭାକରର ସ୍ତ୍ରୀଙ୍କୁ ଭୋଟ ଦେଲେ ନାହିଁ। ପ୍ରଭାକରଙ୍କ ସ୍ତ୍ରୀକୁ ମାତ୍ର ୨୪ ଟା ଭୋଟ ମିଳିଥିଲା।

ପୋଲିସ ଏହି ମାମଲାର ଏକ କେସ ରୁଜୁ କରିଛି। ନିର୍ବାଚନ ଅଧିକାରୀ କହିଲେ ଯେ ପଞ୍ଚାୟତ ନିର୍ବାଚନ ପାଇଁ ୨୧ ଜାନୁୟାରୀ ପୂର୍ବରୁ ଏବଂ ୨୫ ଜାନୁୟାରୀରେ ଦ୍ବିତୀୟ ମତଦାନ ହୋଇଥିଲା। ପ୍ରଭାକର ୨୪ ଜାନୁୟାରୀରେ ଟଙ୍କା ବାଣ୍ଟିଥିଲେ। କିନ୍ତୁ ମତଦାତାମାନେ ତାଙ୍କୁ ସବୁ ପ୍ରଚେଷ୍ଟାକୁ ଫସର ଫଟାଇଦେଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.