ଅଲୌକିକ ଘଟଣା : ନିମ୍ବ ଗଛରୁ ଝରୁଛି ମିଠା କ୍ଷୀର

ନୟାଗଡ଼(କେନ୍ୟୁଜ୍) : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କରଡାପଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏକ ଆଶ୍ଚର‌୍ୟ୍ୟକର ଘଟଣା। ଏଠାରେ ଥିବା ଏକ ନିମ୍ବ ଗଛରୁ ଝରୁଛି ମିଠା କ୍ଷୀର। ନିମ୍ବ ଗଛର ଉଚ୍ଚତା ୧୦ଫୁଟ ରହିଥିବା ବେଳେ ଏଥିରୁ ଅନବରତ କ୍ଷୀର ଝରୁଥିବା ନଜର ଆସିଛି।

ଆଜି ସକାଳରେ ଗ୍ରାମର ପ୍ରଭାକର ନାୟକ ନିମ୍ବ ଗଛରେ କ୍ଷୀର ଝରୁଥିବା ପ୍ରଥମେ ଦେଖିବାକୁ ପାଇଥିଲେ । ସେ ତୁରନ୍ତ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହି ଅଲୌକିକ ଘଟଣା ଦେଖିବାକୁ ନିମ୍ବ ଗଛ ନିକଟରେ ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ବହୁ ସଂଖ୍ୟାରେ ଲୋକ ମାଡି ଆସିଥିଲେ । ଏହାପରେ ଏଠାରେ ଠାକୁରଙ୍କ ଅବସ୍ଥିତ ଭାବି ଲୋକମାନେ ଗଛମୂଳରେ ଧୂପ ଦୀପ ଜଳାଇ ପୂଜାର୍ଚ୍ଚନା କରିବା ସହ ନାମ ସଂକୀର୍ତ୍ତନ କରିବା ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.