କମେଡିଆନ୍‌ ଭାରତୀ ସିଂହଙ୍କ ନୂଆ ଅବତାର, ବିନା ଡାଏଟିଂରେ କମାଇଲେ ୧୫ କେଜି ଓଜନ

ଓଜନ କମାଇଛନ୍ତି କମେଡିଆନ୍‌ ଭାରତୀ ସିଂହ। ଏବେ ସ୍ଲିମ୍‌ ଟ୍ରିମ୍‌ ଫିଟ୍‌ ହୋଇଯାଇଛନ୍ତି କମେଡି କୁଇନ୍‌। ନିକଟରେ ଭାରତୀଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି। ସେ ପାଖାପାଖି ୧୫ କେଜି ଓଜନ କମାଇଛନ୍ତି। ଫଳରେ ତାଙ୍କ ଅଣ୍ଟାର ସାଇଜ୍‌ ୨ ଇଞ୍ଚ୍‌ କମିଯାଇଛି। ଭାରତୀଙ୍କର ଏହି ଟ୍ରାନ୍ସଫରମେସନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ସମସ୍ତେ ତାଙ୍କୁ ଖୁବ୍‌ ପ୍ରଶଂସା ବି କରୁଛନ୍ତି।

ତେବେ ନିଜ ଶୋ’ରେ ନିଜ ଓଜନକୁ ନେଇ ଖୁବ୍‌ ମଜାକ୍‌ କରିଥାନ୍ତି ଭାରତୀ ସିଂହ। ସେ ନିଜ ପୃଥୁଳକାୟ ଶରୀରକୁ ନେଇ ଆଦୌ ଲାଜ କରନ୍ତି ନାହିଁ। ବରଂ ଏହି ଶରୀର ଯୋଗୁ ହିଁ ଅନ୍ୟମାନଙ୍କ ଠାରୁ ଭିନ୍ନ ଦେଖାଯାଆନ୍ତି। କିନ୍ତୁ ଏବେ ନିଜ ଶରୀର ପାଇଁ ତାଙ୍କ ଦୃଷ୍ଟିକୋଣ ବଦଳିଛି। ଏବେ ସେ ସ୍ଲିମ୍‌ ହୋଇଛନ୍ତି। ତେବେ ଭାରତୀଙ୍କର ଏହି ନୂଆ ଅବତାର ଦେଖି ତାଙ୍କ ସ୍ୱାମୀ ବେଶ୍‌ ଖୁସି ହୋଇଛନ୍ତି।

 

View this post on Instagram

 

A post shared by Bharti Singh (@bharti.laughterqueen)

ତେବେ ଓଜନ କମ୍‌ କରିବାକୁ କୌଣସି ସ୍ପେଶାଲ ଡାଏଟ୍‌ ଫଲୋ କରିନାହାନ୍ତି ଭାରତୀ ସିଂହ। ଏଥିପାଇଁ ସେ କେବଳ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ରାସ୍ତା ଆପଣାଇଛନ୍ତି ଓ ରେଗୁଲାର ଡାଏଟ୍‌ ନେଉଛନ୍ତି। ସେ ପୂର୍ବ ଭଳି ଖାଦ୍ୟ ଖାଉଥିବା ବେଳେ ଦୁଇ ମିଲ୍‌ ମଧ୍ୟରେ ୧୬ ଘଣ୍ଟା ଉପବାସ ରଖିଥାନ୍ତି। ସେ ସନ୍ଧ୍ୟା ୭ଟାରୁ ତା’ ପର ଦିନ ୧୨ ଯାଏଁ ସେ କିଛି ବି ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ସେ କେବଳ ଫାଷ୍ଟିଂ କରି ୧୫ କେଜି ଓଜନ କମ୍‌ କରିଛନ୍ତି। ଯାହା ଫ୍ୟାନ୍‌ଙ୍କୁ ଖୁବ୍‌ ଅନୁପ୍ରାଣିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.