ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ନିର୍ମିତ ଫିଲ୍ମକୁ ନେଇ ବିବାଦ ଆରମ୍ଭ, ନିର୍ଦ୍ଦେଶକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କଲେ ନେତାଜୀଙ୍କ ପରିବାରର ୩୨ଜଣ ସଦସ୍ୟ

ନିର୍ଦ୍ଦେଶକ ଶ୍ରୀଜିତ୍‌ ମୁଖାର୍ଜୀଙ୍କ ଦ୍ୱାରା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ପ୍ରସ୍ତୁତ ଫିଲ୍ମ ‘ଗୁମନାମୀ’କୁ ନେଇ ବିବାଦ ଦେଖାଦେଇଛି। ବୋଷ ପରିବାରର ୩୨ଜଣ ସଦସ୍ୟ ଅଭିଯୋଗ କରିଛନ୍ତି କି, ଫିଲ୍ମ ନିର୍ମାତା ସେନ୍ସର ବୋର୍ଡରୁ ମଞ୍ଜୁରୀ ପାଇବା ପାଇଁ ଫିଲ୍ମର ନାମ ‘ଗୁମନାମୀ ବାବା’କୁ ବଦଳାଇ ‘ଗୁମନାମୀ’ ରଖିଦେଇଛନ୍ତି। ଏହା ପୂର୍ବରୁ ଶ୍ରୀଜିତ୍‌ ମୁଖାର୍ଜୀ ନେତାଜୀଙ୍କ ଦ୍ୱାରା ସ୍ଥାପିତ ‘ଅଲ୍‌ ଇଣ୍ଡିଆ ଫରଓ୍ଵାର୍ଡ ବ୍ଲକ’ର କାର୍ଯ୍ୟାଳୟରେ ଫିଲ୍ମର ଟ୍ରେଲରକୁ ସ୍କ୍ରିନିଂ କରିଥିଲେ। ନିର୍ଦ୍ଦେଶକ ସ୍ୱାଧୀନତା ସଂଗ୍ରାମୀଙ୍କ କିଛି ବଂଶଜଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଅସତ୍ୟ ବୋଲି ଦର୍ଶାଇଥିଲେ। ‘ଅଲ୍‌ ଇଣ୍ଡିଆ ଫରଓ୍ଵାର୍ଡ ବ୍ଲକ’ର କେତେଜଣ ସଦସ୍ୟ ଫିଲ୍ମ ବିରୋଧରେ ସ୍ୱର ଉଠାଇଥିଲେ।

netaji2

ଏହାସହ ପଢ଼ନ୍ତୁ: ନ୍ୟୁୟର୍କରେ କ୍ୟାନସର ଚିକିତ୍ସା କରାଇ ଦୀର୍ଘଦିନ ପରେ ଘରକୁ ଫେରିଲେ ରିଷି କପୁର, ଘରଲୋକ କଲେ ଏପରି ସ୍ୱାଗତ 

ସିବିଏଫସି ଅଗଷ୍ଟ ଶେଷ ସପ୍ତାହରେ ଫିଲ୍ମକୁ ସବୁଜ ସଙ୍କେତ ଦେଇଛନ୍ତି। ଫିଲ୍ମଟି ଆସନ୍ତା ଅକ୍ଟୋବର ୨ରେ ରିଲିଜ୍‌ ହେବ। ନେତାଜୀଙ୍କ ଭାଣିଜି ଚିତ୍ରା ଘୋଷ, ତାଙ୍କ ଭଣଜା ଦ୍ୱାରକା ବୋଷଙ୍କ ସମେତ ବୋଷ ପରିବାରର ୩୨ଜଣ ସଦସ୍ୟ ଫିଲ୍ମ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଦସ୍ତଖତ ଥିବା ଏକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗତ ଏକ ସପ୍ତାହ ହେବ ଯେବେ ଶ୍ରୀଜିତ୍‌ ମୁଖାର୍ଜୀ ଫିଲ୍ମ ‘ଗୁମନାମୀ ବାବା’ର ଘୋଷଣା କରିଥିଲେ, ସେବେ ସେ କହିଥିଲେ, ଏହି ଫିଲ୍ମ ଚନ୍ଦ୍ରଚୂଡ଼ ଘୋଷ ଓ ଅନୁଜ ଧରଙ୍କ ପୁସ୍ତକ ‘କନନଣ୍ଡ୍ରମ୍‌’ ଉପରେ ଆଧାରିତ। ଏବେ ସେ ହଠାତ୍‌ ଫିଲ୍ମର ପରିଭାଷା ବଦଳାଇ ଦେଇଛନ୍ତି ଏବଂ କହୁଛନ୍ତି କି, ଫିଲ୍ମ ନ୍ୟାୟମୂର୍ତ୍ତି ମୁଖାର୍ଜୀ ଆୟୋଗର ରିପୋର୍ଟ ଉପରେ ଆଧାରିତ ରହିଛି। ଏପରି କି, ସେ ଫିଲ୍ମର ଟାଇଟଲ ମଧ୍ୟ ବଦଳାଇ ଦେଇଛନ୍ତି।

netaji4

ଅନ୍ୟପଟେ ନିର୍ଦ୍ଦେଶକ ନିଜ ଫେସବୁକ୍‌ ପୋଷ୍ଟରେ ଲେଖିଛନ୍ତି ଯେ ଏହା ମିଥ୍ୟା ଆରୋପ। ଟିଜର ପୋଷ୍ଟର ସହ ଫିଲ୍ମ ସହିତ ଜଡ଼ିତ ସମସ୍ତ ସୂଚନାରେ ଫିଲ୍ମର ନାମ ‘ଗୁମନାନୀ’ ବୋଲି ଜଣାଇ ଦିଆଯାଇଥିଲା। ମୁଖାର୍ଜୀ ଆୟୋଗ ରିପୋର୍ଟର ପଟକଥାକୁ ଆଧାର କରି ଫିଲ୍ମ ପ୍ରସ୍ତୁତ କରିବାର ନିର୍ଣ୍ଣୟ ଶୁଟିଂର ବହୁତ ଦିନ ଆଗରୁ ନିଆଯାଇଥିଲା। କହି ରଖୁଛୁ କି, ଫିଲ୍ମର ଟ୍ରେଲର ୧୯୪୫ ମସିହା ଅଗଷ୍ଟ ୧୮ ତାରିଖ ସହିତ ଆରମ୍ଭ ହେଉଛି, ଯେଉଁଥିରେ ପ୍ଲେନ୍‌ କ୍ରଶ ଦୃଶ୍ୟ ଦେଖିବାକୁ ମିଳୁଛି। ପାଖାପାଖି ୨ ମିନିଟ୍‌ ଅବଧି ବିଶିଷ୍ଟ ଏହି ଟ୍ରେଲରରେ ନେତାଜୀଙ୍କ ମୃତ୍ୟୁ ସହ ଜଡ଼ିତ ୩ଟି କାହାଣୀର ଝଲକ ରହିଛି। ଫିଲ୍ମର ଲିଡରେ ପ୍ରସନଜିତ୍‌ ଚାର୍ଟାଜୀ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.