୨୦୧୯ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ: ସାକ୍ଷୀ ମହାରାଜ

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରସଙ୍ଗକୁ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ଜାରି ରହିଥିବା ବେଳେ ଆଜି ଏହି ମାମଲାରେ ବିଜେପି ସାଂସଦ ସାକ୍ଷୀ ମହାରାଜ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ସେହି ସ୍ଥାନରେ ହିଁ ଏକ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିଶ୍ଚୟ ନିର୍ମାଣ ହେବ, ଆଉ ୨୦୧୯ରେ ହିଁ ନିର୍ମାଣ ହେବ। ଏହାକୁ କେହି ରୋକିପାରିବେ ନାହିଁ ବୋଲି ସେ ଦାବି କରିଛନ୍ତି।

ଏଥିସହ ସାକ୍ଷୀ ମହାରାଜ କହିଛନ୍ତି ଯେ ଅଧିକାଂଶ ମୁସଲିମ୍‌ ମଧ୍ୟ ମନ୍ଦିର ନିର୍ମାଣ ସପକ୍ଷରେ ଅଛନ୍ତି। ତେଣୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ କେହି ରୋକିପାରିବେ ନାହିଁ।

ଏହାସହ ପଢନ୍ତୁ: ଅକ୍ଟୋବର ୮ରେ ଫ୍ରାନ୍ସ ଯାଇ ରାଫେଲ ଆଣିବେ ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ ଏହି ଦିନର ସ୍ୱତନ୍ତ୍ରତା

ସାକ୍ଷୀ ମହାରାଜଙ୍କ କହିବାନୁସାରେ, ସୁପ୍ରିମ୍‌କୋର୍ଟରେ ଚାଲିଥିବା ଶୁଣାଣିରେ ସମସ୍ତ ତଥ୍ୟ ମନ୍ଦିର ସପକ୍ଷରେ ରହିଛି। ଏଣୁ ଅଯୋଧ୍ୟାରେ ରାମ ମନ୍ଦିର ସ୍ଥାପନା ହେବ ବୋଲି ପୂର୍ଣ୍ଣ ବିଶ୍ୱାସ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୦୦ ଦିନ ମଧ୍ୟରେ ଏତେ ବଡ଼ ବଡ଼ କାମ କରିଛନ୍ତି ଯାହା ଜନତା କେବେ ଭାବିନଥିଲେ। ଏଣୁ ରାମ ମନ୍ଦିର ମଧ୍ୟ ମୋଦି ସରକାର ଥିବା ବେଳେ ନିର୍ମାଣ ହେବ। ମୋଦି ହେ ତୋ ମୁମ୍‌କିନ୍‌ ହେ ବୋଲି ସାକ୍ଷୀ ମହାରାଜ ଏ ଅବସରରେ କହିଛନ୍ତି।