Below header

କଏଦୀଙ୍କ ସହ ଖାଦ୍ୟ ଖାଇଲେ ଅଭିଷେକ ବଚ୍ଚନ, କହିଲେ ଜେଲ ର ଅନୁଭୂତି

ବଲିଉଡରେ ଅଭିନେତା ଅଭିଷେକ ବଚ୍ଚନଙ୍କ କ୍ୟାରିୟର ଅନେକ ଆଗ ପଛ ହୋଇଛି। ଏହା ପରେ ଅଭିନେତା ତାଙ୍କ କ୍ୟାରିୟରରେ ଏପରି କିଛି ଚଳଚ୍ଚିତ୍ର କରିଛନ୍ତି ଯେଉଁଥିପାଇଁ ତାଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି। ଖାସ କରି ସେ ଓଟିଟି ପ୍ଲାଟଫର୍ମକୁ ଆସିବା ପରେ ତାଙ୍କ ଅଭିନୟର ଅଧିକ ପ୍ରଶଂସା କରାଯାଉଛି। ବ୍ରିଥ ସିରିଜ୍ ର ଦ୍ଵିତୀୟ ଭାଗରେ ସେ ଭଲ ଅଭିନୟ କରିଛନ୍ତି। ଏବେ ମଧ୍ୟ ତାଙ୍କର ଆଉ ଏକ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ଆସିବାକୁ ଯାଉଛି, ଯାହାକୁ ନେଇ ସେ ବହୁତ୍ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଆଗାମୀ ଫିଲ୍ମ ଦଶମ୍ବୀ ବା କ୍ଲାସ ୧୦ ଆଗକୁ ଆସିବାକୁ ଯାଉଛି, ଯେଉଁଥିରେ ସେ ଜେଲ୍ ରେ ରହି ଦଶମ ପରୀକ୍ଷା ଦେବେ। ତେବେ କିଛି ଦିନ ପୂର୍ବରୁ ହିଁ ସେ ଏହି ଫିଲ୍ମ ବିଷୟରେ ମିଡ଼ିଆ ଆଗରେ କହିଛନ୍ତି।

 

View this post on Instagram

 

A post shared by Abhishek Bachchan (@bachchan)

ଅଭିଷେକ ବଚ୍ଚନ କହିଛନ୍ତି ଯେ ସେ ଆଗ୍ରା ସେଣ୍ଟ୍ରାଲ ଜେଲରେ ଏହି ଫିଲ୍ମର ସୁଟିଂ କରିଛନ୍ତି। ଜେଲର ସୁଟିଂ ପାଇଁ ସାଧାରଣ ଭାବେ ଅଲଗା ସେଟ୍ ତିଆରି କରାଯାଏ। କିନ୍ତୁ ଦଶମ ଶ୍ରେଣୀର ସୁଟିଂ ପ୍ରକୃତ ଜେଲରେ ହିଁ କରାଯାଇଛି। ଏମିତିକି ଲଗାତାର ୬ ସପ୍ତାହ ପାର୍ଯ୍ୟତ ଅଭିଷେକ ବଚ୍ଚନ ଜେଲ ଯାଆନ୍ତି ବୋଲି କହିଛନ୍ତି।

 

 

View this post on Instagram

 

A post shared by Abhishek Bachchan (@bachchan)

ଏମିତିକି ସେ କଏଦୀଙ୍କ ସହ ମଧ୍ୟ ତାଙ୍କର ଖାଦ୍ୟ ଖାଆନ୍ତି। ଅଭିଷେକ ବଚ୍ଚନ ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି ଯେ ଜେଲରେ ରହି କଏଦୀଙ୍କ ସହିତ ସୁଟିଂ କରିବାର ଅନୁଭୂତି ନିଆରା ଥିଲା। ମୁଁ ମୋ ଅଭିନୟ କ୍ୟାରିୟରରେ ଅନେକ କିଛି ଶିଖିଛି। ପ୍ରତ୍ୟେକ ଲୋକଙ୍କୁ ନିଜ ଜୀବନରେ ଅନ୍ୟ ଠାରୁ ବହୁତ୍ କିଛି ଶିଖିବାର ଥାଏ। ତେବେ ସେଣ୍ଟ୍ରାଲ ଜେଲ୍ ରେ ମଧ୍ୟ ସେ ପ୍ରାୟ ୨୦୦୦ କଏଦୀଙ୍କ ସହ ସମୟ ବିତାଇ ଥିଲେ । ଏମିତିକି କଏଦୀଙ୍କ ପାଇଁ ତାଙ୍କ ଫିଲ୍ମରେ ସ୍ୱତନ୍ତ୍ର ସ୍କ୍ରିନିଂ ରଖାଯାଇଛି। ତାଙ୍କ ଆଗାମୀ ଫିଲ୍ମରେ ୟାମୀ ଗୌତମ ଓ ନମ୍ରତ ମଧ୍ୟ ଅଛନ୍ତି। ତାଙ୍କର ଏହି ଫିଲ୍ମ ଆସନ୍ତା କାଲି ଅର୍ଥାତ ୭ ତାରିଖରେ ନେଟଫ୍ଲିକ୍ସରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.