ଗାଜର ଫେସ ପ୍ୟାକ ବଢ଼ାଇବ ତ୍ୱଚାରେ ଉଜ୍ଜଳତା, ଏହିପରି ଲଗାନ୍ତୁ

ତ୍ୱଚା ପାଇଁ ସମସ୍ତେ ବେଶ ସଚେତନ ରହି ଥାଆନ୍ତି। କାରଣ ଏହା ଆମ ସୌନ୍ଦର୍ଯ୍ୟତାକୁ ଦର୍ଶାଇଥାଏ। ବ୍ୟସ୍ତ ବହୁଳ ଜୀବନ ଭିତରେ ଶରୀର ସହ ତ୍ୱଚା ପ୍ରତି ଅବହେଳା ଆଜି କାଲିସମୟରେ ଏକ ସାଧରଣ କଥା ହେଲାଣି। ଏହିସମୟରେ କେହି ଟିକେ ଖାଲି ସମୟ ପାଇଲେ ନିଜ ତ୍ୱଚାର ଯତ୍ନ ପାଇଁ ଲାଗିଯାଏ। ତେବେ ଅନେକ ହୋମରିମେଡି ଏମିତି ଅଛି ଯାହା ବିଭିନ୍ନ ସ୍କିନ ପାଇଁ ଭିନ୍ନ ଭିନ୍ନ ପ୍ରକାର ଥାଏ। ଏହିସମୟରେ ଖାସ କରି ଧ୍ୟାନ ରଖିବାକୁ ପଡ଼ିବ।

ଘରୋଇ ଉପଚାର ଭଲ ହେଲେ ମଧ୍ୟ ଭିନ୍ନ ସ୍କିନ ପାଇଁ ଉପଚାର ମଧ୍ୟ ଭିନ୍ନ ଥାଏ। ନଚେତ ଏହାର ଖରାପ ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଜିକାଲି ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏମିତିରେ ନିଜ ତ୍ୱଚା ପ୍ରତି ବେଶି ସତର୍କ ହେବା ଜରୁରୀ।

ତ୍ୱଚାରେ ଚମକ ଆଣିବା ପାଇଁ ବଜାରରେ ବିକ୍ରି ହେଉଥିବା କ୍ରିମକୁ ଲୋକମାନେ ଅଧିକ ବ୍ୟବହାର କରୁଛନ୍ତି । ଏହି କ୍ରିମର ପ୍ରଭାବ ବହୁ କମ ଦିନ ପାଇଁ ପଡିଥାଏ । ଏହାର ବ୍ୟବହାର ବନ୍ଦ କରିଦେଲେ ତ୍ୱଚାର ଚମକ ପୁଣିଥରେ ପୂର୍ବପରି ହୋଇଯାଏ । ଏଥିପାଇଁ ଆପଣ ଗାଜର ପ୍ୟାକ୍ ବ୍ୟବହାର କରନ୍ତୁ । ଯାହା ଆପଣଙ୍କ ତ୍ୱଚାର ରୁକ୍ଷପଣକୁ ଦୂର କରି ଚମକ ଆଣିଦେବ । ତେବେ ଆସନ୍ତୁ ଜାଣିବା ଏହି ଫେସ ପ୍ୟାକକୁ କିଭଳି ବନାଇବା ଏବଂ ବ୍ୟବହାର କିପରି କରିବେ ।

-ଏହି ଫେସପ୍ୟାକ୍ ତେଲିଆ ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ। ପ୍ରଥମେ ଗାଜର ଜୁସ୍ ନେଇ ଏଥିରେ ଏକ ଚାମଚ ଆପଲ୍ ରସ ମିଶାନ୍ତୁ। ଏହି ମିଶ୍ରଣକୁ ୧୦ମିନିଟ ପର୍ଯ୍ୟନ୍ତ ତ୍ବଚାରେ ରଖି ଧୋଇଦିଅନ୍ତୁ। ଏପରି ଆପଣ ସକାଳେ ଏବଂ ସନ୍ଧ୍ୟାରେ କରିପାରିବେ।

-ଏଥିପାଇଁ ଆପଣ ପ୍ରଥମେ ଦୁଇ ଚାମଚ ଗାଜର ଜୁସରେ ଏକ ଚାମଚ ମହୁ ମିଶାନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ୨୦ମିନିଟ ପର୍ଯ୍ୟନ୍ତ ନିଜ ତ୍ବଚାରେ ଲଗାଇ ରଖନ୍ତୁ। ୨୦ମିନିଟ ପରେ ନଖ ଉଷୁମ ପାଣିରେ ଏହାକୁ ଧୋଇଦିଅନ୍ତୁ। ଆପଣ ଏହି ପ୍ୟାକକୁ ସପ୍ତାହରେ ଥରେ କରିପାରିବେ।

– ଏକ ଚାମଚ ଘଷା ହୋଇଥିବା ଗାଜରରେ ଏକ ଚାମଚ ଲହୁଣୀ ଏବଂ ଅଣ୍ଡାର ଧଳା ଅଂଶ ମିଶାନ୍ତୁ। ୧୫ମିନିଟ ଲଗାଇ ରଖିବା ପରେ ଏହାକୁ ଧୋଇଦିଅନ୍ତୁ। ଶୁଷ୍କ ତ୍ବଚା ସମସ୍ୟା ଥିବା ଲୋକମାନେ ଏହି ପ୍ୟାକ୍ ଲଗାଇବା ଉଚିତ୍।

-ଗାଜରରେ ଏକ ଚାମଚ କ୍ଷୀର,ଏକ ଚାମଚ ଚାଉଳ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ପେଷ୍ଟକୁ ଆପଣ ୧୫ ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ଏହି ଫେସପ୍ୟାକ୍ ଚର୍ମକୁଞ୍ଚନ ପାଇଁ ଲାଭଦାୟକ ହୋଇଥାଏ। ଅଧିକ ଫାଇଦା ପାଇବା ପାଇଁ ଏହାକୁ ଆପଣ ସପ୍ତାହକୁ ଦୁଇଥର ଲଗାଇବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.