ଗରିବଙ୍କୁ ଏମିତି ଢଙ୍ଗରେ କଦଳୀ ବାଣ୍ଟି ଟ୍ରୋଲର ଶିକାର ହେଲେ ଏକତା କପୁର, ରାଗିଗଲେ ସୋସିଆଲ ମିଡିଆ ୟୁଜର
ବଲିଉଡ୍ର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ ଏକତା କପୁର ଏବେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି। ତାଙ୍କର ଏକ ଭିଡିଓକୁ ନେଇ ୟୁଜରମାନେ ଖୁବ୍ ରାଗିଯାଇଛନ୍ତି। ଭିଡିଓରେ ଏକତା ମନ୍ଦିର ବାହାରେ ବସିଥିବା ଗରିବ ଲୋକଙ୍କୁ କଦଳୀ ବାଣ୍ଟୁଥିବାର ନଜର ଆସୁଛନ୍ତି।
ଏକତାଙ୍କ ଏହି ଭିଡିଓକୁ Viral Bhayani ନିଜ ଅଫିସିଆଲ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓରେ ଏକତା କଳା ରଙ୍ଗର ଡ୍ରେସ ପିନ୍ଧିଛନ୍ତି ଏବଂ ଦୂରରୁ ଗରିବଙ୍କୁ ହାତ ବଢ଼ାଇ କଦଳୀ ଦେଉଛନ୍ତି।
abhijith._69 ନାମକ ଜଣେ ୟୁଜର ଟ୍ରୋଲ କରି ଲେଖିଛନ୍ତି, ବାଃ! ଏହା କଦଳୀ ଦେବାର କେତେ ଭଲ ତରିକା, ଯେମିତି ସେମାନଙ୍କ ହାତକୁ ଫିଙ୍ଗିଦେବା। ଯଦି ଆପଣଙ୍କୁ ଲାଗୁଥାଏ କି ସେମାନଙ୍କୁ ଛୁଇଁଦେଲେ ରୋଗ ହୋଇଯିବ, ତା’ହେଲେ ଆପଣ ଏହିଭଳି କାମ କରନ୍ତୁ ନାହିଁ। ବାଃ, ମୁଁ ପୂରା ସ୍ତବ୍ଧ’।