ଟ୍ରମ୍ପଙ୍କ ଗସ୍ତର ମାତ୍ର କିଛି ଘଣ୍ଟା ପୂର୍ବରୁ ଭୁଶୁଡ଼ିଲା ଷ୍ଟାଡିୟମ୍‌ର ପ୍ରବେଶ ପଥ ଗେଟ୍‌, କାରଣ ଅସ୍ପଷ୍ଟ

ଅହମ୍ମଦାବାଦରେ ହେବାକୁ ଥିବା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପୂର୍ବରୁ ମୋଟେରା ଷ୍ଟାଡିୟମ୍‌ର ବାହାରେ ତିଆରି ହୋଇଥିବା ଗେଟ୍‌ ଭୁଶୁଡ଼ିପଡ଼ିଛି। ରିପୋର୍ଟ ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଡୋନାଲ୍ଡ ଟ୍ରମ୍ପ ଏହି ଗେଟ୍‌ ପଟେ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିଥାନ୍ତେ। ଗତକାଲି ଅଚାନକ ଗେଟ୍‌ ଭୁଶୁଡ଼ି ପଡ଼ିଛି। ତେବେ ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଛି ସେତେବେଳେ ଘଟଣାସ୍ଥଳରେ କେହି ଉପସ୍ଥିତ ନଥିଲେ। ଅନ୍ୟପଟେ ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି।

namaste trump

ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପାଇଁ ଷ୍ଟାଡିୟମ୍‌ରେ ଏକାଧିକ ଗେଟ୍‌ ନିର୍ମିତ ହୋଇଛି। ସେଥିମଧ୍ୟରୁ ୩ ନମ୍ବର ଗେଟ୍‌ ପଟେ ଉଭୟେ ଟ୍ରମ୍ପ ଓ ମୋଦି ପ୍ରବେଶ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଏକ ଅସ୍ଥାୟୀ ଗେଟ୍‌ ନିର୍ମିତ ହୋଇଥିଲା, କିନ୍ତୁ ଶନିବାର ଜୋର୍‌ରେ ପବନ ବୋହିବାରୁ ଗେଟ୍‌ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛି। ତେବେ ଏହି ଦୁର୍ଘଟଣା କାର୍ଯ୍ୟକ୍ରମ ବେଳେ ଘଟିଥିଲେ ନିଶ୍ଚିତ କାହା ଜୀବନ ଯାଇଥାନ୍ତା ବୋଲି ଆଶଙ୍କା କରାଯାଉଛି।

namaste trump2

ଗେଟ୍‌ ଭାଙ୍ଗିବା ନେଇ ଜଣାପଡ଼ିବା ପରେ ତୁରନ୍ତ ଘଟଣାସ୍ଥଳକୁ କର୍ମଚାରୀ ଓ ଅଧିକାରୀଙ୍କୁ ପଠାଇଦିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବର ପୁଣି ଥରେ ଗେଟ୍‌ ତିଆରି ହେବା ନେଇ ଆଶଙ୍କା ଦେଖାଦେଇଛି। ତେବେ ଅଧିକାରୀଙ୍କ କହିବାନୁସାରେ ଟ୍ରମ୍ପଙ୍କ କାର୍ଯ୍ୟକ୍ରମ ପାଇଁ ଫୁଲପ୍ରୁଫ୍‌ ବ୍ୟବସ୍ଥା କରାଯାଇଛି ଓ ଯାହା ବି ସମସ୍ୟା ରହିଛି ଯୁଦ୍ଧକାଳୀନ ଭିତ୍ତିରେ ତାହାକୁ ସମାଧାନ କରାଯାଉଛି।