ଆପଣବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ: ଯାହା ପାଇଁ ଆଜି ରାନୁ ମଣ୍ଡଳ ଫେମସ୍ ହେଲେ, ତାଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଝିଅ ଏଲିଜାବେଥ୍

ରେଲୱେ ଷ୍ଟେସନରେ ଗୀତ ଗାଇବାଠାରୁ ଆରମ୍ଭ କରି ଆଜି ଯାଏ ରାନୁ ମଣ୍ଡଳଙ୍କ ଜୀବନକୁ ନେଇ ବହୁ କାହାଣୀକୁ ସାମ୍ନାକୁ ଆସିଛି । କିନ୍ତୁ ଏସବୁ ଭିତରେ ରାନୁଙ୍କ ଝିଅ ଏଲିଜାବେଥ୍ ସାଠି ରାୟ ଏକ ଏମିତି କଥାର ଖୁଲାସା କରିଛନ୍ତି ଯାହାକୁ ଶୁଣିବା ପରେ ଆପଣ କିଛି ସମୟ ଆଶ୍ଚର୍ଯ୍ୟ ହୋଇରହିଯିବେ । ସେ ଏକ ଇଣ୍ଟରଭ୍ଯୁରେ କହିଛନ୍ତି କି, ମୁଁ ଯେତିକି ପାରେ ମୋ ମାଙ୍କର ଧ୍ଯାନ ନେଇଥାଏ । କିଛି ଲୋକ ମୋ ମାଙ୍କର ବ୍ରେନ୍ ୱାସ୍ କରିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ସେ ସୋସିଆଲ୍ ମିଡିଆରେ ପ୍ରଥମେ ରାନୁଙ୍କ ଭିଡିଓ ଭାଇରାଲ କରିଥିବା ଅତିନ୍ଦ୍ରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ।

ଏଲିଜାବେଥ୍ କହିଛନ୍ତି କି, ରାନାଘାଟର ଅମରା ସୋବାଇ ସୋଇତାନ୍ କ୍ଳବ୍ ତାଙ୍କ ମାଙ୍କ ଧ୍ଯାନ ନେଉଥିଲେ । ଏହି ଲୋକମାନେ ମୋତେ ମୋ ମାଙ୍କ ସହିତ ସାକ୍ଷାତ କରିବାକୁ ଦେଉନଥିଲେ ଏବଂ ମୋତେ ଧମକାଉଥିଲେ । କ୍ଳବର ଦୁଇ ଜଣ ମେମ୍ବର ଅତିନ୍ଦ୍ର ଏବଂ ତପନଙ୍କ ଉପରେ ସେ ଅଭିଯୋଗ ଆଣିଛନ୍ତି କି, ଏହି ଦୁଇ ଜଣ ଯାକ ମୋ ମାଙ୍କର ଯେମିତି ଜନ୍ମକଲା ପୁଅ । ଏମାନଙ୍କ ଆଗରେ ମୋର କିଛି ବି ଭାଲ୍ୟୁ ନାହିଁ । ସେ ଏହା ମଧ୍ଯ କହିଛନ୍ତି କି, ମାନସିକ ରୂପେ ତାଙ୍କ ମା ଠିକ୍ ନାହାନ୍ତି ।

ଏହାସହ ପଢନ୍ତୁ :

ଟିକଟକ୍ ରେ ଏହି ୧୦ଟି ଭିଡିଓ ଖୁବ୍ ହେଉଛି ଭାଇରାଲ, ଥରେ ନିହାତି ଦେଖନ୍ତୁ

ଏଲିଜାବେଥ୍ ଏହାସହ କହିଛନ୍ତି କି, ସେ ଛୋଟବେଳେ ମୁମ୍ବାଇର ଜୁହୁ ସ୍ଥିତ ସେଣ୍ଟ ଜୋସେଫ୍ ହାଇ ସ୍କୁଲରେ ପାଠ ପଢୁଥିଲେ । ଯେତେବେଳେ ତାଙ୍କ ପରିବାର କୋଲକତା ସିଫ୍ଟ ହେଲା ସେହି ସମୟରେ ହଠାତ୍ ତାଙ୍କର ବିବାହ ହୋଇଗଲା । ଶାଶୁ ଘର ଜଏଣ୍ଟ ଫ୍ଯାମିଲି ହୋଇଥିବାରୁ ମାଙ୍କୁ ନେଇ ରଖିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ଏହାପରେ ମଧ୍ଯ ମାଙ୍କ ସବୁ କଥା ବୁଝୁଥିଲେ ।

ମାଙ୍କ ପାଖକୁ ଯେତେବେଳେ ଯାଉଥିଲେ ଖାଦ୍ଯ ଏବଂ ଟଙ୍କା ସାଥିରେ ନେଇ ଯାଉଥିଲେ ଏଲିଜାବେଥ୍। ଲୋକେ ତାଙ୍କ ଉପରେ ଲଗାଉଥିବା ଅଭିଯୋଗ ଉପରେ ଏଲିଜାବେଥ୍ କହିଛନ୍ତି କି, ଯେତେବେଳେ ସେ ତାଙ୍କ ସ୍ବାମୀଙ୍କ ସହିତ ଅଲଗା ସିପ୍ଟ ହେଲେ ସେତେବେଳେ ସେ ତାଙ୍କ ମାଙ୍କୁ ପାଖରେ ରହିବାକୁ ଡାକିଥିଲେ । କିନ୍ତୁ ମା ରାଜି ହୋଇନଥିଲେ । ଏହାପରେ ମଧ୍ଯ ସେ ମାଙ୍କ କଥା ବୁଝୁଥିଲେ।