ପାକିସ୍ତାନରେ ହିନ୍ଦୁ ଦେବା-ଦେବୀ, ମନ୍ଦିର ଖୋଳିବାରୁ ମିଳିଲା ହନୁମାନ, ଗଣେଶ ଏବଂ ନନ୍ଦୀଙ୍କ ମୂର୍ତ୍ତି

ପାକିସ୍ତାନର ସବୁଠାରୁ ବଡ ସହର କରାଚିରେ ଏକ ମନ୍ଦିର ଖନନ ହେବା ସମୟରେ ସେଠାରୁ ମୂଲ୍ୟବାନ ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି।ରିପୋର୍ଟ ଅନୁଯାୟୀ ଏହି ମୂର୍ତ୍ତି କରାଚିର ସୋଲ୍ଜର ବଜାରରେ ପ୍ରସିଦ୍ଧ ଶ୍ରୀ ପୂଂଜ ମୁଖୀ ହନୁମାନ ମନ୍ଦିର ଖୋଳାଯିବା ପରେ ଏହି ମୂର୍ତ୍ତି ମିଳିଛି। ଏହି ମୂର୍ତ୍ତି ଗୁଡିକ ଖୁବ୍‌ ମୂଲ୍ୟବାନ ବୋଲି ଜଣାପଡ଼ିଛି। ଏହି ମୂର୍ତ୍ତି ଗୁଡିକ ହଳଦିଆ ରଙ୍ଗର ପଥରରେ ନିର୍ମାଣ ହେବା ସହ ସେଥିରେ ସିନ୍ଦୂର ଲାଗିଥିବାର ଚିହ୍ନ ମଧ୍ୟ ରହିଛି।

ରିପୋର୍ଟ ଅନୁଯାୟୀ ଏହି ସମସ୍ତ ମୂର୍ତ୍ତିମାନଙ୍କ ମଧ୍ୟରେ ଭଗବାନ ଗଣେଶ, ମହାବୀର ଏବଂ ନନ୍ଦୀଙ୍କ ମୂର୍ତ୍ତି ରହିଛି। ସୋଲ୍ଜର ବଜାରର ଦୃଢ ବଧ ହେବା ଏବଂ ଧନୀ ଗଳିରେ ଅବସ୍ଥିତ ଏହି ମନ୍ଦିରର ସାଜସଜ୍ଜା ଏବଂ ମରାମତି ପାଇଁ ଖୋଳାଯାଥିବାରୁ ଭିନ୍ନ ଭିନ୍ନ ଆକାରର ମୂର୍ତ୍ତି ମିଳିଛି। ମନ୍ଦିରର ପ୍ରାଚୀନ ଭାଗ ଖୋଳିବା ଦ୍ୱାରା ଏହି ସବୁ ମୂର୍ତ୍ତି ମିଳିବା ସହ ଏକ ଯଜ୍ଞକୁଣ୍ଡ ଏବଂ ଏକ ଛୋଟ ସୁଡଙ୍ଗ ମଧ୍ୟ ମିଳିଛି। ଏଥିରେ ଅସ୍ଥି କଳସ ମଧ୍ୟ ରହିଛି। ସୂଚନା ଅନୁଯାୟୀ ଜଣା ପଡୁଛି ଏହି ଅସ୍ଥି କଳସ କୌଣସି ସାଧୁ ସନ୍ଥଙ୍କର ହୋଇଥିବ, କାରଣ ଏଠାରେ କିଛି ସାଧୁ ସନ୍ଥଙ୍କୁ ମଧ୍ୟ ସମାଧି ଦିଆଯାଇଛି।

ଏହାସହ ପଢନ୍ତୁ: ରାଜସ୍ଥାନରେ ରହିଛି ୧୦୦୦ ବର୍ଷର ଏହି ପ୍ରାଚୀନ ମନ୍ଦିର, ଯେଉଁଠି ପୂଜାର୍ଚ୍ଚନା ପାଇଁ ବର୍ଷେ ଆଗରୁ କରିବାକୁ ପଡ଼ିଥାଏ…

ମନ୍ଦିର ପ୍ରବନ୍ଧନ ଏବଂ ଖୋଳିଥିବା ଲୋକଙ୍କ କହିବା ଅନୁଯାୟୀ ଏହାକୁ ଦେଖିଲେ ଲାଗୁଛି ଏହି ମନ୍ଦିର ୧୦୦ ବର୍ଷ ପୁରଣା। ଏଥିସହ ପ୍ରବନ୍ଧନ ବିଶେଶ ପୁରାତତ୍ତ୍ୱବିଦ୍‌ ମାନଙ୍କୁ ଏହି ସବୁ ମୂର୍ତ୍ତି କେତେ ବର୍ଷ ପୁରୁଣା ବୋଳି ଜାରିବା ପାଇଁ ଯାଞ୍ଚ କରିବାକୁ ଡାକିଛନ୍ତି। ଏଥିସହ ମନ୍ଦିରକୁ ରାଷ୍ଟ୍ରିୟ ସ୍ମାରକ ଘୋଷଣା କରିବା ସହ ପୂର୍ନଃ ନିର୍ମାଣ କରିବାରେ ଯୋଗ ଦାନ କରିବା ପାଇଁ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.