କ’ଣ ସତରେ ଖୁବ୍ ଶୀଘ୍ର ନିର୍ବନ୍ଧ କରିବାକୁ ଯାଉଛନ୍ତି ଆଲିଆ- ରଣବୀର ?

ମୁମ୍ବାଇ : ବହୁ ଦିନରୁ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ଲଗାଇବା ଚକ୍କରରେ ଆଲିଆ-ରଣବୀର। ଖୁବ୍ ଶୀଘ୍ର ଏନଗେଜଡ ହେବାକୁ ଯାଉଛନ୍ତି ବଲିଉଡର ଲଭ ବାର୍ଡ ରଣବୀର କପୁର ଓ ଆଲିଆ ଭଟ୍ଟ। ଏମାନେ ଜୁନରେ ନିର୍ବନ୍ଧ କରିବେ ବୋଲି ଶୁଣିବାକୁ ମିଳୁଛି। ନିର୍ବନ୍ଧ ପାଇଁ ନିତୁ କପୁର କହିବା ପରେ ରଣବୀର ରାଜି ହୋଇଛନ୍ତି। ତେବେ ଦୁହେଁ ଏବେ ବିବାହ ପାଇଁ ପ୍ରସ୍ତୁତ ନାହାନ୍ତି। ଏବେ ଫିଲ୍ମ ବ୍ରହ୍ମାସ୍ତ୍ର ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ।
ବ୍ରହ୍ମାସ୍ତ୍ରରେ ପ୍ରଥମ ଥର ସ୍କ୍ରିନ ଶେୟାର କରୁଛନ୍ତି ରଣବୀର ଓ ଆଲିୟା। ଫିଲ୍ମ ରିଲିଜ ପରେ ଉଭୟେ ବିବାହ ପାଇଁ ଚିନ୍ତା କରିବେ। ପ୍ରାୟ ବର୍ଷେ ହେବ ରଣବୀର ଓ ଆଲିୟା ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହିଁଙ୍କ ରିଲେସନସିପ୍କୁ ଉଭୟଙ୍କ ପରିବାର ମଧ୍ୟ ଖୁସି ଖୁସି ଗ୍ରହଣ କରିଛନ୍ତି। ଏପରିକି ଆଲିଆଙ୍କୁ ବହୁ ସମୟରେ ରଣବୀରଙ୍କ ପରିବାର ସହ ଛୁଟି କାଟୁଥିବାର ଦେଖିବାକୁ ମିଳେ।