ରାପ୍‌ ସିଙ୍ଗର ହନି ସିଂହଙ୍କୁ ଧମକ ଓ ଆକ୍ରମଣ

ନୂଆଦିଲ୍ଲୀ : ବେଶ୍‌ ଜଣାଶୁଣା ରାପ୍‌ ସିଙ୍ଗର ହନି ସିଂହଙ୍କୁ ବିୟର ବୋତଲ ଦେଖାଇ ଗୋଡ଼ାଇଲେ । ପୁଣି ଧମକ ଓ ଆକ୍ରମଣ ଉଦ୍ୟମ ମଧ୍ୟ କରାଯାଇଛି । ଦିଲ୍ଲୀର ଏକ କ୍ଳବ୍‌ରେ ଗତ ୨୭ ତାରିଖ ଦିନ ଏହି ଘଟଣା ଘଟିଥିଲା । ଏହାକୁ ନେଇ ହନିଙ୍କ ଓକିଲ କେସ୍‌ ଦାୟର କରିବା ପରେ କଥା ପଦାକୁ ଆସିଥିଲା ।

ଦିଲ୍ଲୀ ସାଉଥ୍‌ ଏକ୍ସଟେନ୍‌ସନ୍‌ ସ୍ଥିତ ସ୍କୋଲ୍‌ ନାମକ କ୍ଲବ୍‌ରେ ତାଙ୍କର ଗୀତ ଗାଇବାର ପ୍ରୋଗାମ୍‌ ଥିଲା । ସେତିକି ବେଳେ ଚାରି ପାଞ୍ଚ ଜଣ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାରପିଟ କରିଥିଲେ । ସେମାନେ ସୋ ଚାଲିଥିବା ବେଳେ ଷ୍ଟେଜ୍‌ ଉପରକୁ ଚଢ଼ି ଯାଇ ଗଣ୍ଡଗୋଳ କରିବା ସହ ହନି ସିଂହ ଓ ଅନ୍ୟ କଳାକାରଙ୍କୁ ତଳକୁ ଠେଲି ଦେଇଥିଲେ । ଉପସ୍ଥିତ ଥିବା ଦର୍ଶକ ଏହାର ବିରୋଧ କରିବାରୁ ସେମାନଙ୍କୁ ବିୟର ବୋତଲ ଦେଖାଇ ଡରାଇଥିଲେ ବୋଲି ହନି ଦେଇଥିବା ଏତଲାରେ ଦର୍ଶା ଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.