ଫିଲ୍ମ ନିର୍ଦ୍ଦେଶକ ନିିଶିକାନ୍ତ କାମତଙ୍କ ପରଲୋକ, ଲିଭର ସିରୋସିସ୍‌ ରୋଗରେ ପୀଡିତ ଥିଲେ

୨୦୨୦ ବଲିଉଡ ପାଇଁ ଅଶୁଭ ବର୍ଷ। ଫିଲ୍ମ ନିର୍ଦ୍ଦେଶକ ନିଶିକାନ୍ତ କାମତ(୫୦)ଙ୍କ ନିଧନ ହୋଇଛି। ଗତ କିଛି ଦିନ ହେବ ଲିଭର ସିରୋସିନ ରୋଗରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଦିନକୁ ଦିନ ତାଙ୍କ ଅବସ୍ଥା ଗମ୍ଭୀର ରହିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏବେ ତାଙ୍କ ନିଧନ ହୋଇଯାଇଛି। ସେ ନିଶିକାନ୍ତ ହାଇଦ୍ରାବାଦର ଏଆଇଜି ହସପିଟାଲରେ ଭର୍ତ୍ତି ହୋଇଥିଲେ।

ସୂଚନାଯୋଗ୍ୟ, ନିଶିକାନ୍ତ ବଲିଉଡରେ ଅନେକ ଫିଲ୍ମ କରିଛନ୍ତି। ନିଶିକାନ୍ତ ବଲିଉଡରେ ଫିଲ୍ମ ‘ଦ୍ରିଶ୍ୟମ, ମଦାରୀ, ଫୋର୍ସ, ରକି ହ୍ୟାଣ୍ଡସମ, ମୁମ୍ବାଇ ମେରି ଜାନ’ ଇତ୍ୟାଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.